ଭବାନୀପାଟଣା- ଗତକାଲି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍”, କଳାହାଣ୍ଡି ପରିବାର କଳାହାଣ୍ଡି ଜିଲ୍ଲାର ଏକ ଦାତବ୍ୟ ସେବା ସଂସ୍ଥା। ଏହି ସଂସ୍ଥା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ ପଥଚାରୀଙ୍କୁ ଜଳଦାନ, ରକ୍ତଦାନ ଶିବିର, ଜରୁରୀକାଳୀନ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଇ ଦେବା, ଶବଦାହ, ବେସାହାରା ଲୋକମାନଙ୍କୁ ବସ୍ତ୍ରଦାନ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସଫେଇ ଅଭିଯାନ, ସଚେତନତା ଅଭିଯାନ ପରି ବିଭିନ୍ନ ସେବାମୂଳକ କାର୍ଯ୍ୟ କରି ଆସୁଛି। ସେହି କ୍ରମରେ ସଂସ୍ଥା ପକ୍ଷରୁ ନର୍ଲା ବ୍ଲକ ଅନ୍ତର୍ଗତ ସାତପୁର ଠାରେ ଅସହାୟ ଗରିବ ବୃଦ୍ଧ ପିତାମାତାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।
“ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍”, କଳାହାଣ୍ଡି ପରିବାରର ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀଙ୍କ ଅଧ୍ୟକ୍ଷତାରେ ଏହି ସେବା କାର୍ଯ୍ୟ କରାଯାଇଥିଲା । ସ୍ଥାନୀୟ ପୂର୍ବତନ ସରପଞ୍ଚ ଶ୍ରୀ ଲୋକନାଥ ସା, ସମାଜସେବୀ ରଞ୍ଜିତ ମାଝୀ, ଭାରତୀୟ ଯବାନ ପ୍ରଶନ୍ନ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମହତ୍ କାର୍ଯ୍ୟ ସମ୍ପାଦିତ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଦିଲୀପ ନାଏକ, ସଂଗ୍ରାମ କମପାନ୍, ଭୋଲା ଶଙ୍କର ପାତ୍ର, ରଞ୍ଜନ ସା, ସୋମ ପାଢ଼ୀ, ଲକ୍ଷ୍ମୀ ଗଉଡ଼, ରଞ୍ଜିତ ବେଶ୍ରା, ମନୋଜ ସାହୁ, ପ୍ରଦୀପ ପ୍ରଧାନ , ପୃଥିରାଜ ସାହୁ ମିତ୍ରଭାନୁ ଦାସ ବିରଂଚି କରୁଆ ଯଗୁଲାଲ ମାଝୀ ଏବଂ ସାତପୁର ପଞ୍ଚାୟତର ୧୦ ଜଣ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଅସହାୟ ଅବସ୍ଥାରେ ଥିବା ୯୦ ଜଣ ନିରୀହ ବୃଦ୍ଧ ବାପା ମାଆଙ୍କୁ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଶେଷରେ ଶାନ୍ତି ମାଝୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।