ଭୁବନେଶ୍ୱର- ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି ମାମଲା। ୧୯ ଡିସେମ୍ବରରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ କରି ନାଟମଣ୍ଡପ ବିମ ମରାମତି ପାଇଁ ଡିଜାଇନ ପ୍ରସ୍ତୁତ କରିବା ପାଇଁ ଆମିକସକ୍ୟୁରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାଟମଣ୍ଡପ ବିମ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଟେଣ୍ଡର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଜାନୁଆରୀ ୧୮ ସୁଦ୍ଧା ନାଟମଣ୍ଡପ ବିମ ମରାମତି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆବେଦନକାରୀ ଅଭିଷେକ ଦାସ ଓ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
Related Stories
December 22, 2024