ଭୁବନେଶ୍ୱର- ମଧ୍ୟପ୍ରଦେଶର ବାନ୍ଧବଗଡ ଜଙ୍ଗଲରୁ ଅଣାଯାଇଥିବା ବାଘୁଣୀ ସୁନ୍ଦରୀକୁ ଓଡିଶାରୁ ଫେରାଇ ନେବାପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି ।
ଚିଫ୍ ୱାଇଲ୍ଡ ଲାଇଫ୍ ୱାଡେନ୍ ହରିଶଙ୍କର ଉପାଧ୍ୟାୟ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏନଟିସିଏର ନିଦେ୍ର୍ଧଶ ପରେ ସୁନ୍ଦରୀ କୁ ଯେକୌଣସି ସମୟରେ ମଧ୍ୟପ୍ରଦେଶକୁ ପଠାଯିବ ।
ସେ ଆହୁରି କହିଛନ୍ତି ଯେ ହାତୀ-ମଣିଷ ଲଢେଇକୁ ରୋକିବା ସମ୍ପର୍କରେ ବନ ବିଭାଗ କର୍ମଚାରୀ ମାନେ ପଶ୍ଚିମବଙ୍ଗ ଯାଇ ତାଲିମ୍ ନେବେ । ହାତୀ ଉପଦ୍ରପର ମୁକାବିଲା ପାଇଁ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡି ଅଣାଯିବ ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଗାଇଡ୍ ଲାଇନ୍ ପୂରଣ କରିପାରିନଥିବାରୁ ସୁନ୍ଦରୀକୁ ଫେରାଇ ଦେବା ପାଇଁ ଏନଟିସିଏ କିଛି ଦିନ ପୂର୍ବେ ଓଡିଶା ସରକାରଙ୍କୁ ଚିଠି ଲେଖି ନିଦେ୍ର୍ଧଶ ଦେଇଥିଲେ । ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇ ସାତକୋଶିଆରେ ଛଡାଯାଇଥିଲା । ମାତ୍ର ସୁନ୍ଦରୀ ଅଭୟାରଣ୍ୟର ଆଖପାଖ ଅଂଳରେ ଘୁରିବୁଲୁଥିଲା । ଏପରିକି ଗୃହ ପାଳିତ ପଶୁ ଓ ମଣିଷଙ୍କୁ ଆକ୍ରମଣ କରିଥିଲା । ଫଳରେ ଗାଁ ଲୋକମାନେ ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ । ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି କାବୁ କରିଥିଲେ । ସେବେଠାରୁ ସୁ୍ଦରୀ ସାତକୋଶିଆରେ ଏନକ୍ଲୋଜରରେ ରହିଛି ।