ବାରଣାସୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ବାରାଣସୀ ଗସ୍ତର ଦ୍ୱିତୀୟ ଦିନ ସୋମବାରରେ ଓମରାହ ସ୍ଥିତ ସାତ ମହଲା ବିଶିଷ୍ଟ ସ୍ୱର୍ବେଦ ମହାମନ୍ଦିର ଧାମର ପ୍ରଥମ ପର୍ଯ୍ୟାୟ ନିର୍ମାଣର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସନ୍ଥମାନଙ୍କ ସହ ମନ୍ଦିର ପରିସରରେ ଭ୍ରମଣ କରିଥିଲେ ପିଏମ ମୋଦି । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।
7ମହଲା ବିଶିଷ୍ଟ ଏହି ମନ୍ଦିର 35 କୋଟି ଟଙ୍କା ବ୍ୟୟରେ 64ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି । ମନ୍ଦିରର 7 ମହଲାରେ 20ହଜାର ଲୋକ ଏକସଙ୍ଗରେ ଧ୍ୟାନ କରିପାରିବେ । 2004 ମସିହାରୁ ପ୍ରାୟ 5ଶହ ଶ୍ରମିକ ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ।