ଗଞ୍ଜାମ- ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ରବି ନାରାୟଣ ବେହେରାଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଂଟ ଖୋଲାଯାଇଛି । କିଛି ସାଇବର୍ ଠକ ତାଙ୍କ ଫଟୋ ବ୍ୟବହାର କରି ଏଭଳି କରିଥିବା ଅନୁମାନ କରାଯାଉଛି । ଏପରିକି ସେହି ଆକାଉଂଟ ଜରିଆରେ ସାଇବର୍ ଠକ ଡିଆଇପିଆରଓ ଶ୍ରୀ ବେହେରାଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କୁ ମେସେଜ୍ ପଠାଇ ଟଙ୍କା ମାଗୁଥିବା ଘଟଣା ନଜରକୁ ଆସିଛି । ଯଦି କୌଣସି ବ୍ୟକ୍ତି ସେଭଳି କିଛି ମେସେଜ୍ ବା ଅନୁରୋଧ ପାଇଥିବେ, ତେବେ ତାକୁ ଅଣଦେଖା କରିବାକୁ ସେ ଅନୁରୋଧ କରିଛନ୍ତି ।
Related Stories
December 21, 2024