ଘଟଗାଁ– ଘଟଗାଁ ବ୍ଲକ ପିପିଳିଆ ପଞ୍ଚାୟତ ଅନ୍ତର୍ଗତ ବାଙ୍କପାଟୁଳି ଶିବମନ୍ଦିର ପ୍ରାଙ୍ଗଣରେ ରବିବାର ସ୍ବର୍ଗତ ଭୀମସେନ ରାଉତ ସ୍ମୃତି ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଠ ସଦସ୍ଯ କ୍ଷେତ୍ରମୋହନ ମିଶ୍ର ସଭାପତିତ୍ବ କରିଥିବା ବେଳେ ଅଶୋକ କୁମାର ନାଥ ସଭା ପରିଚାଳନା କରିଥିଲେ ।
ଏହି ଅବସରରେ ପରିଷଦର ଏକ ସ୍ଥାୟୀ କମିଟି ସର୍ବସମ୍ମତି କ୍ରମେ ଗଠନ ହୋଇଯାଇଛି । ସ୍ମୃତି ପରିଷଦର ସଭାପତି ଭାବେ କୁଳମଣି ମଣ୍ଡଳ, କାର୍ଯ୍ଯକାରୀ ସଭାପତି କୃର୍ଷ୍ଣଚନ୍ଦ୍ର ପୃଷ୍ଟି , ଉପ ସଭାପତି ଘାସିନାଥ ମହାପାତ୍ର, ଅନାଦି ଚରଣ ସିଂହ, ଚନ୍ଦ୍ର ଶେଖର ସାହୁ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତ, ଯୁଗ୍ମ ସମ୍ପାଦକ ଏସ.କେ. ଦାଉଦ, ନିରଞ୍ଜନ ମହାନ୍ତ, ପ୍ରମୋଦ କୁମାର ଗିରି, ସଙ୍ଗଠନ ସମ୍ପାଦକ ଉଜ୍ବଳ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ କମଳାକାନ୍ତ ବାରିକଙ୍କୁ ମନୋନିତ କରାଯାଇଛି । ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ଯ ଭାବେ ପ୍ରଫୁଲ୍ଲ କୁମାର ରାଉତ, ଅର୍ଜୁନ ଚରଣ ମହାନ୍ତ, କମଳାକାନ୍ତ ନାଏକ, ଲକ୍ଷ୍ମୀଧର ମହାନ୍ତ, ଧରିତ୍ରୀ ରାଉତ, ସନ୍ତୋଷ କୁମାର ବେହେରା, ଗୋଲକ ବିହାରୀ ରାଉତ, ପ୍ରହଲ୍ଲାଦ ମହାନ୍ତ, ରବିନାରାୟଣ ଦେହୁରୀ ରହିଛନ୍ତି । ସାଂସ୍କୃତିକ କମିଟିରେ ସମ୍ପାଦକ ଜଗବନ୍ଧୁ ମହାନ୍ତ, ଯୁଗ୍ମ ସଂପାଦକ ଗଙ୍ଗାଧର ସାହୁ, ସହଯୋଗୀ ସଦସ୍ଯ ଭୂବନ ନାଏକ, ରଙ୍ଗାଧର ସିଂହ, ରାମଚନ୍ଦ୍ର ମହାନ୍ତ, ପ୍ରତାପ କୁମାର ମହାନ୍ତ, ସରୋଜ କୁମାର ପଣ୍ଡାଙ୍କୁ ମନୋନୟନ କରାଯାଇଛି । ସେହିଭଳି ଉପଦେଷ୍ଟା ମଣ୍ଡଳୀରେ କ୍ଷେତ୍ରମୋହନ ମିଶ୍ର, ହରିହର ବାରିକ, ଭାଗିରଥି ନାଏକ, ହୃଷିକେଶ ମହାନ୍ତ, ଅନନ୍ତ ଚରଣ ବାରିକ, ଶତ୍ରୁଘ୍ନ ବେହେରା ଓ ଡମ୍ବରୁଧର ରାଉତ, ସତ୍ଯ ନାରାୟଣ ପଣ୍ଡା, କୃଷ୍ଣଚନ୍ଦ୍ର ମହାନ୍ତି ରହିଛନ୍ତି । ସ୍ମୃତି ପରିଷଦର କମିଟିକୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ଯ ଭାବେ ରାଧାଶ୍ୟାମ ରାଉତଙ୍କୁ ମନୋନିତ କରାଯାଇଛି ।