ଘଟଗାଁ, ସମ୍ବାଦ ସାହିତ୍ୟଘର ପକ୍ଷରୁ ଆଜି ବିଶିଷ୍ଟ ସାହିତ୍ୟକା ଶ୍ରୀମତୀ ମାଳତୀ କୁମାରୀ ନାଥଶର୍ମାଙ୍କୁ ଉଲ୍ଲେଖନୀୟ ସାହିତ୍ୟ ରଚନା ପାଇଁ ଖଣ୍ଡପଡା ବିଧ୍ୟାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀମତୀ ନାଥଶର୍ମା ଏକାଧାରରେ ଜଣେ ସୁଲେଖିକା ଗୀତିକବି ଆଧ୍ୟାତ୍ମିକା ସଙ୍ଗିତ ସଂଯୋଜନା ତଥା ଆକାଶବାଣୀର ଉପସ୍ଥାପିକା ଭାବେ ସୁନାମ ଅର୍ଜନ କରିଛନ୍ତି । ତତ୍ ସହିତ ଆଦର୍ଶ ଶିକ୍ଷୟତ୍ରୀ ଭାବେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି ।
ଡକ୍ଟର କଳ୍ପନା ମହାନ୍ତିଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସ୍ତମ୍ଭକାର ଶୁଭଶ୍ରୀ ଲେଙ୍କା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର ମଞ୍ଚାସିନ ଥିବା ଜଣାପଡିଛି । ଶ୍ରୀମତୀ ମାଳତୀ କୁମାରୀ ନାଥଶର୍ମାଙ୍କ ଏତାଦୃର୍ଶ ସମ୍ବର୍ଦ୍ଧିତ ଦ୍ଵାରା ସହକର୍ମୀ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳି ଯାଇଛି ।