ଆଜି ଭୋରରୁ ଟ୍ୟାଙ୍କରଟି ଟିକିରି ଉକ୍ରଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡ଼ର ଲୋଡ୍ କରି ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା । ମାତ୍ର ଗୁମ୍ମା ଘାଟିରେ କୌଣସି କାରଣରୁ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡିଥିଲା । ଗାଡ଼ି ତଳେ ଚାପି ହୋଇ ଡ଼୍ରାଇଭରର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ କଟର ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡିକୁ କାଟି ଡ଼୍ରାଇଭରର ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।
Related Stories
November 23, 2024