
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,୬୭ ତମ ଜାତୀୟ ବିଦ୍ୟାଳୟ କ୍ରୀଡା ବକ୍ସିଂ ପ୍ରତିଯୋଗିତା ୨୦୨୩ ରେ ରାଜ୍ୟ କୁ ପ୍ରତିନିଧିତ୍ଵ କରିବାକୁ ଚୟନ ହୋଇଥିବା ପୁରୀ ବକ୍ସିଂ ଏକାଡେମୀର ଛାତ୍ରଛାତ୍ରୀ ଙ୍କୁ ଏମଡେମୀ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି।
ଖେଳାଳି ମାନେ ହେଲେ ରାମଚନ୍ଦ୍ର ଗୋଚ୍ଛିକାର, ଆଶିଷ କୁମାର ବେହେରା,ମାଧବ ବେହେରା, ନରେନ୍ଦ୍ର ସାହୁ, ମନୋଜ କୁମାର ସାହୁ, ଆୟୁଷମାନ ଭାରତୀ, ଲୋକନାଥ ବେହେରା, ଅଂଶୁ ନାୟକ, ପ୍ରକାଶ ବାନାର୍ଜୀ, ବି. ପ୍ରବୀନ ରାଓ, ଚନ୍ଦନ ଥାପ୍ପା, ଆକାଶ ବେହେରା, ରାଜଲଷ୍ମୀ ଭୋଳ, ରାଜଲଷ୍ମୀ ଦାଶ, କଲ୍ୟାଣି କିରନ୍ ସ୍ୱାଇଁ, ପଦ୍ମିନୀ ସ୍ୱାଇଁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି |
ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ସ୍ଵର୍ଣଲତା ଗୋଚ୍ଛିକାର ଅନୀଲ ଗୋଚ୍ଛିକାର, ବିନୋଦ ସିଂ, ନିଳକଣ୍ଠ ମିଶ୍ର, ମୁରଲୀଧର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।ଶିବ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାଗିରଥି ବେହେରା, ବିଶ୍ୱଭୂଷଣ ପଣ୍ଡା,ପ୍ରଦୀପ ଦାସ, ଜଗନ୍ନାଥ ରାଉତ, ଦୀପକ ପରିଡା, ମାନସ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।