ଭୁବନେଶ୍ଵର– ଗତ କିଛି ଦିନ ହେଲା ରାଜ୍ୟରେ ଥଣ୍ଡା ବଢିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ୧୧ ସହରର ରାତ୍ରୀ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରହିଛି । ଫୁଲବାଣୀରେ ରାତ୍ରୀ ତାପମାତ୍ରା ସର୍ବନିମ୍ନ ୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି କିରେଇରେ ୮.୨ ଡ଼ିଗ୍ରୀ, ଜି.ଉଦୟଗିରି: ୮. ୬ ଡ଼ିଗ୍ରୀ, ରାଉରକେଲା ୮. ୮ଡ଼ିଗ୍ରୀ, ଅନୁଗୁଳ ୯ ଡ଼ିଗ୍ରୀ, ରାଣୀତାଲ ୯.୪ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୯.୫ ଡ଼ିଗ୍ରୀ, କେନ୍ଦୁଝରରେ ୯.୬ ଡ଼ିଗ୍ରୀ, କୋରାପୁଟରେ ୯.୬ ଡ଼ିଗ୍ରୀ ଏବଂ ଝାରସୁଗୁଡାରେ ରାତ୍ରୀ ତାପମାତ୍ରା ୯.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।