ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ହାଇଥମ ବିନ୍ ତାରିକଙ୍କ ସହ ବୈଠକ କରିଛନ୍ତି । ଏଥିରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ।
ବାଣିଜ୍ୟ, ସଂସ୍କୃତି, ପ୍ରତିରକ୍ଷା, ଉଦ୍ଭାବନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ମଜଭୁତ କରିବାର ଉପାୟ ଉପରେ ସେମାନେ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଓମାନର ସୁଲତାନ ହାଇଥମ ବିନ୍ ତାରିକଙ୍କ ସହ ଏକ ଫଳପ୍ରଦ ବୈଠକ ହୋଇଥିଲା । ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା ସହ ବାଣିଜ୍ୟ, ସଂସ୍କୃତି, ପ୍ରତିରକ୍ଷା, ଉଦ୍ଭାବନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ମଜଭୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲୁ ।’