ଭୁବନେଶ୍ୱର – ଗୁରୁବାର ରାଜ୍ୟ ସରକାର ୫ ଜଣ ବରିÂ ଆଇଏଏସ୍ ଓ ଜଣେ ଆଇପିଏସ୍ ଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଅତିରିକ୍ତ ଶାସନ ସଚିବ ତଥା କୃଷି ଉପôାଦ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର (୧୯୮୮ ବ୍ୟାଚ୍)ଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳାନା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି ବର୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳାନା ବିଭାଗର ପ୍ରମୁଖ ସଚିବ ତଥା ୧୯୯୩ ବ୍ୟାଚ୍ ଆଏଏସ୍ ନିକୁଂଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ୧୯୯୭ ବ୍ୟାଚ୍ ଆଇଏଏସ୍ , ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଧାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର କମିଶନର – ସଚିବ ଦାୟିତ୍ୱ ସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । ଏହା ବ୍ୟତୀତ ୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ ବୋଥ୍ରା ବର୍ତମାନ ସେସୁ ଏବଂ କ୍ରୁଟ୍ ର ପରିଚାଳନା ନିଦେ୍ର୍ଧଶକ ଦାୟିତ୍ୱରେ ଥିବା ବେଳେ ତାଙ୍କୁ ଓଏସଆରଟିସିର ପରିଚାଳନା ନିଦେ୍ର୍ଧଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସେହିପରି ରାଉରକେଲା ମହାନଗର ନିଗମର କମିଶନର ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ଦାୟିତ୍ୱରେ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ୟେଦ୍ଧୁଲା ବିଜୟଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଛି । ତାଙ୍କ ସ୍ଥାନରେ ୨୦୧୬ ବ୍ୟାଚ୍ ଆଇଏଏସ୍ ଦିବ୍ୟ ଜ୍ୟୋତି ପରିଡାଙ୍କୁ ରାଉରକେଲା ମହାନଗର ନିଗମର କମିଶନର ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ଦାୟିତ୍ୱ ଦିଆଯାଇଛି । ଶ୍ରୀ ପରିଡା ବର୍ତମାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ରହିଛନ୍ତି ।