ଜୟପୁର– ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ବାର୍ଷିକ ଉତ୍ସବ – ୨୦୨୩ ଆଜି ସନ୍ଧ୍ୟା ଫଙ୍କସନ୍ ହଲ୍ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଥିବା ୩୫ ରୁ ଉର୍ଦ୍ଧ୍ବ ଉଭୟ ଅନଲାଇନ ଓ ଅଫଳାଇନ ପ୍ରତିଯୋଗୀତାର ୩୫୦ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ, ବରିଷ୍ଠ ସାମ୍ବାଦିକ ଓ ଆଦିବାସୀ ସଂସ୍କୃତି ଗବେଷକ ପରେଶ ରଥ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ ଯଥାକ୍ରମେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ସାଧାରଣ ସମ୍ପାଦକ ଯଜ୍ଞେଶ୍ଵର ପଣ୍ଡା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।
ଏହି ଅବସରରେ ବିଧାୟକ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଡ଼କ୍ଟର ଗଙ୍ଗାଧର ନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଞ୍ଚାନନ ମନ୍ଦିର ଠାରୁ ଜୟନଗର ପର୍ଯ୍ୟନ୍ତ ରାସ୍ତାର ନାମ କରଣ କରିବା ପାଇଁ ଘୋଷଣା କରିଥିଲେ। ଦୁରୁଆ, ପରଜା, ଭୂମିଆ ସମ୍ପ୍ରଦାୟର ୩ ଜଣଙ୍କୁ ଶାବରୀ ସୁକନ୍ୟା ସମ୍ମାନ ଉପଲକ୍ଷେ ରୌପ୍ୟ ମୁକୁଟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ନୂତନ ପ୍ରତିଯୋଗିତା ଜ୍ଞାନ ଭାରତୀ ଅନଲାଇନ କୁଇଜ୍ ର ମୋଟ ୧୩ ଜଣ କୃତି ପ୍ରତିଯୋଗିଙ୍କୁ ଯଥାକ୍ରମେ ୫୦୦୦, ୩୦୦୦, ୨୦୦୦ ଓ ସାନ୍ତ୍ୱନା ମୂଳକ ଭାବେ ୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ହେମନ୍ତ କୁମାର ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରମୋଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯଥାକ୍ରମେ ଚନ୍ଦ୍ରମଣି ବାରିକ, ଅଶୋକ କୁମାର ପଲେଇ, କବିତା ମଞ୍ଜରୀ ପଲେଇ, ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ମାନପତ୍ର ଦେବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅନୁଷ୍ଠାନର କର୍ମକର୍ତ୍ତା ରାମ ଶଙ୍କର ଷଡଙ୍ଗୀ, ରବୀନ୍ଦ୍ର ମହାରଣା, ତିରୁପତି ପାତ୍ର, ଅଜୟ ମଲ୍ଲିକ, ମୀନକେତନ ଦାସ, ସୁବାସ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ସାହୁ, ସୁଶ୍ମିତା ରଥ, ସବିତା ତ୍ରିପାଠୀ, ଜାନକୀ ପାଣିଗ୍ରାହୀ, ଝୁନୁ ମଲ୍ଲିକ, ସୁବର୍ଣ୍ଣ କୁମାରୀ ଖିଲ, ମାମିନି ଦାସ, ଲିପିକା ଦଳେଇ, କବିତା ସାହୁ, କୃଷ୍ଣ କେଶବ ଷଡଙ୍ଗୀ, ରିତାଞ୍ଜଳି ଡାକୁଆ, ବବିତା ମହାରଣା, ସୂର୍ଯ୍ୟ ପ୍ରତାପ ନନ୍ଦ, କେଦାରନାଥ ବେହେରା, ପ୍ରକାଶ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ଏଥି ସହ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଡ. ସୁରେଶ ଦାଶ , ଦେବେନ୍ଦ୍ର ବାହିନୀପତି, ଅଶୋକ ମହାରଣା, ମନୋଜ କୁମାର ମିଶ୍ର, ୱାଇ.ଗୌରୀଶଙ୍କର, ସୁନିତା ମିଶ୍ର, କୁଳମଣି ଜେନା, ଡ. ମନୋରଞ୍ଜନ ପ୍ରଧାନ, ଶୋଭାଗିନୀ ନନ୍ଦ, ବବିତା ପାତ୍ର, ପି.ସୁଶୀଳାଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।