
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ବାର ଆସୋସିଏସନ୍ ଓ ଜୁଡ଼ିସିଆଲ ପକ୍ଷରୁ ଆଜି ସ୍ଥାନୀୟ କଲେଜ୍ ପଡିଆ ଠାରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ଦୌରା ଜଜ୍ ରଶ୍ମି ରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମ୍ୟାଚ କୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଜେଏମ ପ୍ରିୟ ରଂଜନ ବାରିକ୍, ଫେମିଲି କୋର୍ଟ ଜଜ ପ୍ରଜ୍ଞା ପାଣିଗ୍ରାହୀ, ଏ ସଡି ଜେଏମ ସୁଦେଷ୍ଣl ପଟ୍ଟନାୟକ, ରେଜିଷ୍ଟାର ସଦ୍ୟ ସ୍ନାତା ପତି, ବାର ଏସୋସିଏସନ୍ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଖେଳ କୁ ଉପଭୋଗ କରିବା ସହିତ ଖେଳାଳୀ ଙ୍କୁ ଉତ୍ସାହିତ ଓ କୃତି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଯୁଡ଼ିସିଆଲ ଦଳର ଅଧିନାୟକ ରକି ମେହେରଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ବାର ସଂଘ ଟିମ୍ କୁ ୫ ୱିକେଟ ରେ ୨୦୭ ରନ ଟାର୍ଗେଟ ଦେଇଥିଲେ l ଏହି ଟାର୍ଗେଟ କୁ ପିଛା କରି ବାର ସଂଘର ଅଧିନାୟକ ନନ୍ଦ କିଶୋର ତ୍ରୀପାଠୀଙ୍କ ଦଳ ୪ ୱିକେଟରେ ୧୫୬ ରନ କରି ପାରିଥିଲେ। ବିଜେତା ଦଳର ଶଶିକାନ୍ତ ଦେହୁରୀ ୯୦ ରନ କରି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇ ଥିବା ବେଳେ ବାର ସଂଘ ଦଳର ଅସୁମ୍ ପାଣିଗ୍ରାହୀ ୯୮ ରନ କରି ୨ ୱିକେଟ୍ ହାସଲ କରିଥିଲେ।
ଆଇନଜୀବୀ ଅରବିନ୍ଦ ପୂଜାରୀ ଓ ଶ୍ରୀକାନ୍ତ ଦାଶ ଖେଳ ପରିଚାଳନା କରିଥିବା ବେଳେ ବାର ସଂଘ ସମ୍ପାଦକ ପ୍ରଫୁଲ୍ଲ ସାହୁ, ନିରଂଜନ ଶତପଥୀ, ଓଁକାର ପ୍ରଧାନ, ରବୀନ୍ଦ୍ର କୁମ୍ଭାର ପ୍ରମୁଖ ଅୟୋଜନ ରେ ସହଯୋଗ କରିଥିଲେ।