
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପରିଚାଳନା କମିଟି କୁ ଆମ ଆଦମୀ ପାର୍ଟି ତରଫରୁ ଖୋଲା ଚିଠି ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ ପତ୍ର ଆମ୍ ଆଦ୍ମୀ ପାର୍ଟି ତରଫରୁ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ଜନତାଙ୍କର ବିଭିନ୍ନ ଅସନ୍ତୋଷ କୁ ଖୋଲା ଚିଠି ମାଧ୍ୟମରେ ଦେଇଛନ୍ତି ।
ଶ୍ରୀମନ୍ଦିର କମିଟି ନିଶ୍ଚିତ ଭାବରେ ଶ୍ରୀମନ୍ଦିର ପରିଚାଳନା କୁ ଶୃଙ୍ଖଳିତ ଏବଂ ସରକାରୀଙ୍କ ଠାରୁ ସ୍ଵତନ୍ତ୍ର ଅଲଗା ଭାବେ କାର୍ଯ୍ୟ କରିବା ପାଇଁ ହୋଇଛି କିନ୍ତୁ କିଛିଦିନ ହେବ ଏହା ପରିଲକ୍ଷିତ ହେଉଛି ଯାହା କମିଟି ନିଜର ସ୍ୱତନ୍ତ୍ରତା ହରାଇବା ସହ ସରକାରଙ୍କ ହାଁ ରେ ହାଁ ମିଶେଇ ଚାପଗ୍ରସ୍ତ ଭାବେ କାମ କରୁଛି ବୋଲି ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ଅଭିଯୋଗ କରିଛନ୍ତି ।
ଆଜିକାଲି ମହାପ୍ରଭୁଙ୍କ ବିଭିନ୍ନ ନୀତି କୁ ବିଭିନ୍ନ ଆଳରେ ବନ୍ଦ କରିଦିଆଯାଇଛି । ବ୍ୟବସ୍ଥିତ ଭାବେ ନୀତି ସମ୍ପନ୍ନ କରିବା ବା ଭକ୍ତଙ୍କୁ ବ୍ୟବସ୍ଥିତ ଭାବେ ଦର୍ଶନ କରିବା ଶ୍ରୀମନ୍ଦିର କମିଟି କାର୍ଯ୍ୟ ର ଏକ ଅଂଶ ବୋଲି ଆମେ ଭାବୁଛୁ । ନା ସରକାର ଯେପରି ମହାପ୍ରଭୁଙ୍କୁ କାଠ କଣ୍ଢେଇ ଭାବି କେବଳ କୋଉ ବାଟରେ ଅର୍ଥ ସଂଗ୍ରହ କରିବ ସେଥିପାଇଁ ପ୍ରୟାସ ଚଳେଇଛି ସେହିପରି ଦେଉଳ କମିଟିର ସଦସ୍ୟମାନେ ମଧ୍ୟ ମହାପ୍ରଭୁଙ୍କୁ କାଠ କଣ୍ଢେଇ ଭାବିସାରିଲେନି ? କାହା ପରାମର୍ଶରେ ଆଉ କାହିଁକି ଆପଣ ପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ବିନା ପହୁଡ଼ ରେ ଅନିଦ୍ରା ରଖିଥିଲେ ଏବଂ ଆଗକୁ ମଧ୍ୟ ଏହିଭଳି ପଦକ୍ଷେପ ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ରାତିରେ ନେବାକୁ ଯାଉଛନ୍ତି ? କଣ ସର୍ବୋଚ୍ଚ ନୟାଳୟଙ୍କ ଆଦେଶ କ୍ରମେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଇଛନ୍ତି ? ମହାପ୍ରଭୁଙ୍କ ନିତିକାନ୍ତ ଉପରେ ଆପଣ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କାହିଁକି ନେଉନାହାନ୍ତି ? ଯଦି ନେଉଛନ୍ତି ତେବେ ସେ ବାରମ୍ବାର କ୍ଷୋଭ ପ୍ରକାଶ କାହିଁକି କରୁଛନ୍ତି ? ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ନକରିବା ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ।
୪ ଦ୍ଵାର ନଖୋଲି କେବଳ ପୂର୍ବ ଦ୍ଵାର ରେ ଭକ୍ତଙ୍କୁ ଛାଡିଲେ ଯୋଉ ଶୃଙ୍ଖଳା ସହ ଭକ୍ତ ଦର୍ଶନ କରିବେ ବୋଲି ଆପଣଙ୍କ ଆକଳନ ତାହା ତ ସାରା ବିଶ୍ଵ ଦେଖୁଛି ଭକ୍ତ କିଭଳି ଅସନ୍ତୋଷ ଭାବେ ଦର୍ଶନ କରୁଛନ୍ତି , ଏମିତିକି ବହୁ ଦୂରରୁ ଆସିଥିବା ଭକ୍ତ ଦର୍ଶନ ନକରି ଫେରୁଛନ୍ତି । ଏସବୁ କଣ କମିଟି ସଦସ୍ୟଙ୍କ ଆପୋଷ ଆଲୋଚନା ମାଧ୍ୟମରେ ହଉଛି ନା ସରକାରଙ୍କ ଆଦେଶ କୁ କେବଳ କାର୍ଯ୍ୟକାରୀ ହଉଛି ? ଓଡ଼ିଶା ବାହାରେ ଶ୍ରୀଜଗନ୍ନାଥଙ୍କ ଜମିର ରକ୍ଷଣା ବେକ୍ଷଣ ଠିକ୍ ରେ ହେଉନାହିଁ ଏବଂ ସେଥି ରୁ ଯାହା ଅର୍ଥ ଆସୁଛି ତାହା ସଠିକ୍ କି ନାଇ ତାହା ଉପରେ ଜନତା ଆଲୋଚନା କରୁଛନ୍ତି ।ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ର ରୋଜଗାର ରୁ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ବାଟମାରଣା ହେଉଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ତେଣୁ ଯଦି ଏହା ହେଉଥାଏ ତେବେ ନିହାତି ଏହା ଏକ ବଡ଼ ଧରଣର ଦୁର୍ନୀତି ସହ ଭକ୍ତଙ୍କ ଭାବାବେଗ ଥିବାରୁ ଏହା ଉପରେ ନଜର ରଖିବାକୁ ଅନୁରୋଧ ।
ମହାପ୍ରଭୁଙ୍କ ବିଭିନ୍ନ ନୀତି ବିଭିନ୍ନ ଆଳ ମାଧ୍ୟମରେ ବନ୍ଦ କରିବା , ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତା ମତ ବିନା ନିଷ୍ପତି ନେବା , ୪ଦ୍ଵାର ନଖୋଲିବା , କେବଳ ପୂର୍ବଦ୍ୱାର ପଟେ ଏ ସି ସେଡ କରି ଅନ୍ୟପଟେ ନକରିବା , ରତ୍ନ ଭଣ୍ଡାର ଖୋଲିବା ହଉ କି ଏହାର ମରାମତି ରେ ବିଳମ୍ବ କରିବା ଏବଂ ସବୁ ସମୟରେ ସରକାରଙ୍କ ଆଦେଶକୁ କମିଟି ନିଷ୍ପତି ବୋଲି କହିବା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନକୁ ବିଭିନ୍ନ ସନ୍ଦେହ ସୃଷ୍ଟି କରୁଛି ।
ଯେତେବେଳେ ଶ୍ରୀଜଗନନାଥଙ୍କ ସଂସ୍କୃତି ସହ ଜଡ଼ିତ ମଠ ସଂସ୍କୃତି କୁ ଭାଙ୍ଗିଦିଆ ଗଲା ସେତେବେଳେ କମିଟି ନୀରବ ରହି ସବୁ ମାନିନେବା ଆଉ ଏବେ ମଧ୍ୟ ମହାପ୍ରଭୁଙ୍କ ନୀତି କେବଳ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ବନ୍ଦ କରିବା କାରଣ ଦର୍ଶାଇବା ନିହାତି କମିଟି ସରକାରଙ୍କର ହାତବାରିଶି ବୋଲି ଦର୍ଶାଉଛି ଯାହା କମିଟିର ସ୍ୱତନ୍ତ୍ରତା ଉପରେ ସନ୍ଦେହ ସୃଷ୍ଟି କରୁଛି ।
ଆଗକୁ ମଧ୍ୟ ଶୁଣିବାକୁ ମିଳୁଛି କମିଟି ସ୍ଵତନ୍ତ୍ର ଟିକେଟ ବ୍ୟବସ୍ଥା ଯାହାକି ଯିଏ ଟଙ୍କା ଦେଇ ଟିକେଟ କାଟିବ ତାକୁ ଆଉ ଲାଇନ ରେ ଛିଡ଼ା ନହୋଇ ଅଲଗା ରାସ୍ତା ଦେଇ ଶୀଘ୍ର ଦର୍ଶନ କରିବାକୁ ସୁଯୋଗ ମିଳିବ ଯାହା ଜଗନ୍ନାଥ ସଂସ୍କୃତି ଆଉ ପରମ୍ପରା ର ବିରୋଧୀ ବୋଲି ଆମେ ମାନୁଛୁ । ପ୍ରଥମତଃ ମହାପ୍ରଭୁଙ୍କ ଆଗରେ ଧନୀ ଗରୀବର ହିସାବ ନାଇ ସମସ୍ତେ ସମାନ ତେଣୁ ଏଭଳି ନିଷ୍ପତି ନନେବା ପାଇଁ ଆମର ଅନୁରୋଧ । ପ୍ରଥମରୁ ମଠ ଭାଙ୍ଗି ଗରିବ ଲୋକଙ୍କୁ ପୁରୀରେ ରହି ଜଗା ଦର୍ଶନ କରିବାର ଅଧିକାର ଛଡେଇ ନିଆଯାଇଛି ଆଉ ଏଭଳି ବିଚିତ୍ର ଧରଣର ନିୟମ କେବଳ ଅର୍ଥ ଉପାର୍ଜନ ପାଇଁ କରି ତାଙ୍କର ଦର୍ଶନର କରିବାର ଅଧିକାର ନଛଡେଇବା ପାଇଁ ଅନୁରୋଧ ।
କମିଟି ସଦସ୍ୟଙ୍କୁ ଅନୁରୋଧ କରାଯାଇଛି କି ସଦସ୍ୟମାନେ ମହାପ୍ରଭୁଙ୍କ ନିତିକାନ୍ତ ଉପରେ କୌଣସି ନିଷ୍ପତି ନେବା ପୂର୍ବରୁ ଥରେ ପୁରୀ ଶଙ୍କରଚାର୍ଯ୍ୟଙ୍କ ମତାମତ ନିଅନ୍ତୁ , ଯାହାବି ନିଷ୍ପତି ନେଇଛନ୍ତି ଥରେ ପ୍ରଥମତଃ ପୁରୀବାସି ଏବଂ ଅଗଣିତ ଭକ୍ତଙ୍କ ଭାବାବେଗ କୁ ଲକ୍ଷ ରଖି ନିଅନ୍ତୁ , କେବଳ ଭକ୍ତ ଦର୍ଶନ କରିବେ କିମ୍ବା ସରକାରଙ୍କ ଆଦେଶ ବୋଲି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କୌଣସି ନିତିକାନ୍ତ ଏପଟ ସେପଟ କରନ୍ତୁ ନାଇ ବୋଲି କମିଟି ସଦସ୍ୟଙ୍କୁ ଚିଠି ମାଧ୍ୟମରେ ଆପ୍ ତରଫରୁ ଦାବି କରାଯାଇଛି ।କମିଟିର ସଦସ୍ୟଙ୍କ ଚୟନ ପ୍ରକ୍ରିୟା ସ୍ୱଚ୍ଛଳ ରଖିବାକୁ ଅନୁରୋଧ ମଧ୍ୟ କରାଯାଇଛି ।
ପ୍ରଥମଥର ପାଇଁ ଜନ ଅସନ୍ତୋଷ କୁ ଲକ୍ଷ ରଖି ଆମ୍ ଆଦ୍ମୀ ପାର୍ଟି ତରଫରୁ ଏକ ଅନୁରୋଧ ପତ୍ର ଖୋଲା ଚିଠି ମାଧ୍ୟମରେ ଦିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବିନା ସରକାରଙ୍କ ଚାପରେ ଆସି ସ୍ଵତନ୍ତ୍ର ଭାବେ କାମ କରୁବୋଲି ଆମ୍ ଆଦ୍ମୀ ପାର୍ଟି ର ଉଦେଶ୍ୟ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି କହିଛନ୍ତି ।
ଯଦି ଏହା ଉପରେ କମିଟିର କାମ କାର୍ଯ୍ୟରେ କୌଣସି ପରିବର୍ତ୍ତନ ବା ସ୍ଵଛଳତା ନ ଆସେ ତେବେ ପାର୍ଟି ପୁରୀର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ।