
ବଲାଣି-କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡିସ୍ଥିତ ଜିଲିଙ୍ଗ ଲଙ୍ଗାଲୋଟା ଲୌହଖଣି ମେସର୍ସ ଓଡିଶା ଖଣି ନିଗମ ପକ୍ଷରୁ ଡିଜିଏମଏସ ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଚିନ୍ମୟ କୁମାର ପରିଡା (ଉପ ସାଧାରଣ ପରିଚାଳକ,ଖଣି) ଓ ସୁରକ୍ଷା ଅଧିକାରୀ ଦୀପକ ଗୁପ୍ତା (ଉପ ପରିଚାଳକ,ଖଣି)ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଭିମନୁ୍ୟ ସାମଲ (ଅତିରିକ୍ତ ସାଧାରଣ ପରିଚାଳକ,ଖଣି) ମେସର୍ସ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟର ଖଣି ପରିଚାଳକ ଅଞ୍ଜନ କୁମାର ସାହୁ,ମେସର୍ସ ସିରାଜୁଦ୍ଦିନ ଖଣିର ଯାନ୍ତ୍ରିକ ପରିଚାଳକ ଅଜୟ କୁମାର,ସେଲର ବିଦୁ୍ୟତ ପରିଚାଳକ ରାକେଶ କୁମାର ଗୁପ୍ତା ଓ ଟାଟାଷ୍ଟିଲର ଅଧିକାରୀ ମାନେ ଯୋଗ ଦେଇଥିଲେ । ଖଣି ନିଗମ ତରଫରୁ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ସମସ୍ତ ଅଧିକାରୀ ଏବଂ ଅତିଥି ମାନଙ୍କ ଭିତରେ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ପରେ ସୁରକ୍ଷ ସଂକ୍ରାନ୍ତୀୟ ଉପସ୍ଥାପନା ପ୍ରୋଜେକ୍ଟ କରାଯାଇଥିଲା । ଏହାପରେ ଅତିଥି ମାନେ ଆୟୋଜିତ ପ୍ରଦର୍ଶନୀ ଷ୍ଟଲ ଉଦଘାଟନ କରିଥିଲେ । ଉକ୍ତ ପ୍ରଦର୍ଶନୀ ଷ୍ଟଲରେ ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ,କମ୍ପାନୀ ହିତାଧିକାରୀ ଏବଂ କର୍ମଚାରୀ ବିଭିନ୍ନ ସୁରକ୍ଷା କାର୍ଯ୍ୟବଳୀ ଉପରେ ଆଲୋକପାତ କରିଥିଲେ । ଏହାପରେ କର୍ମଚାରୀ,ହିତାଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ପୋଷ୍ଟର ଓ ସ୍ଲୋଗାନ ବିଭାଗର ମୂଲ୍ୟାୟନ କରିଥିଲେ । ଏହାପରେ ଖଣିର ବିଭିନ୍ନ ପ୍ରାନ୍ତକୁ ଯାଇ ଖଣି ତଦାରଖ କରିବା ସହିତ ସୁରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପକୁ ପରିଦର୍ଶନ କରିଥିଲେ । ସୁରକ୍ଷା ଉପରେ ନିଆଯାଇଥିବା ନୂତନ ପଦକ୍ଷେପ ତଥା ଏଫଏମଏସ ତେଲ ଟ୍ରାଫି ସିଷ୍ଟମ,ଖଣିରାସ୍ତା ପାଣି ସିଞ୍ଚନ ପଦ୍ଧତି,ଏକକ ପଥ ଟ୍ରାଫିକ ପ୍ରଶସ୍ତିକରଣ ଇତ୍ୟାଦି ବୁଲି ଭୟଶୀ ପ୍ରଶଂସା କରିଥିଲେ । ଶେଷରେ ବହୁମୁଖୀ ହଲରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଉତୀର୍ଣ୍ଣ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା ।