ମାଲକାନଗିରି– ଜାତୀୟ ବାଣିଜ୍ୟ ସଂଘ ତରଫରୁ ନୂଆଦିଲ୍ଲୀ ଠାରେ ଏକ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ଵାଇଁ ଯୋଗଦାନ କରିବା ସହିତ ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରେକ୍ଷାଳୟରେ ଏକ ନିଜସ୍ଵ ସନ୍ଦର୍ଭ ପାଠ କରିଥିଲେ। ସନ୍ଦର୍ଭଟିର ବିଷୟ ବସ୍ତୁ ଥିଲା (ଫାଇନାନସିଆଲ ଚ୍ୟାଲେଞ୍ଜ ଅଫ ମିନେନିଆଲ ଷ୍ଟାଟଫ ଇନ ଇଣ୍ଡିଆ)। ଡଃ. ରଞ୍ଜନ କୁମାର ସ୍ବାଇଁ ପାଠ କରିଥିବା ଏହି ସନ୍ଦର୍ଭଟିକୁ ପ୍ରଫେସର ଡ଼ଃ. ସୀମା ସିଂଘା, ଚେୟାର ପର୍ସନ ଭୁରିୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି ସୁନେପଥ ଠାରେ ନୂତନ ଶିକ୍ଷା ପଲିସି, ଉଦ୍ୟୋଗୀ, ଉଦ୍ଭାବନ ଏବଂ ଷ୍ଟାଟଫ ବିଷୟରେ ୩୭୮ ଜଣ ସନ୍ଦର୍ଭ ପାଠ କରିଥିଲେ। କେ.ବି.କେ. ଅଞ୍ଚଳରୁ ଡଃ. ସ୍ବାଇଁ ଏକମାତ୍ର ବ୍ୟକ୍ତି ଉକ୍ତ କର୍ମଶାଳାରେ ନିଜସ୍ଵ ସନ୍ଦର୍ଭ ପାଠ କରି ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଆଜି ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାରୀ ଷଡ଼ଙ୍ଗୀ, ବିଭାଗୀୟ ମୁଖ୍ୟ ଇଂରାଜୀ ଉମେଶ ଚନ୍ଦ୍ର ରାଉତ, ପ୍ରେମରେଖା ଭତ୍ରା, ପ୍ରମେୟ କୁମାର ମହାନ୍ତି, ଲକ୍ଷ୍ମୀ କୁଜୁର ଏବଂ ସୁଜିତ କୁମାର ପାଣିଗ୍ରାହୀ, ଡଃ. ସ୍ବାଇଁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ବୁଦ୍ଧିଜୀବି ଅଭିନନ୍ଦନ ଜଣାଇବା ସହିତ ଖୁସି ବ୍ୟକ୍ତ କରିଛନ୍ତି।