-
ଯାଜପୁର ଧର୍ମଶାଳାରୁ ଗିରଫ କଲା କ୍ରାଇମବ୍ରାଂଚ ଏସଟିଏଫ୍
-
୨୦୨୮ରୁ ଓଡିଶାରେ ରହୁଥିଲା , ଠକେଇ ମାମଲାରେ କାଶ୍ମୀରରେ ମୋଷ୍ଟ ୱାେଂଟଡ୍
ଭୁବନେଶ୍ୱର– ଓଡିଶାରୁ ଧରାପଡିଛି ସନ୍ଦିଗ୍ଧ କାଶ୍ମୀର ଯୁବକ । ଦେଶ ବିରୋଧୀ ତତ୍ୱ, ଠକେଇ, ଜାଲିଆତି ଅଭିଯୋଗରେ କାଶ୍ମୀରରେ ମୋଷ୍ଟ ୱାେଂଟଡ୍ ଥିବା ଜଣେ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଂଚ ଏସଟିଫ୍ । ଯୁବକର ନାଁ ସୟଦ ଇଶାନ ବୁଖାରୀ ଓରଫ୍ ଡା. ଇଶାନ ବୁଖାରୀ । ତାକୁ କ୍ରାଇମବ୍ରାଂଚ ମୁଖ୍ୟ କାର୍ୟ୍ୟାଳୟକୁ ଆଣି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି । ପରେ କ୍ରାଇମବ୍ରାଂଚ ତାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ।
ଶନିବାର କ୍ରାଇମବ୍ରାଂଚ ଆଇଜି ଜୟନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କାଶ୍ମୀର ପୁଲିସର ୱାେଂଟଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଯାଜପୁର ଜିଲ୍ଲା ନେଉଳପୁର କ୍ରାଇମବ୍ରାଂଚ ଏସଟିଏଫ୍ ଗିରଫ କରିଛି । ତା ନିକଟରୁ ଅନେକଗୁଡ଼ିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି । ଗିରଫ ଯୁବକର ନାଁ ସଇଦ ଇଶାନ ବୁଖାରୀ ଓ ତା’ଘର କୁପୱାଡାରେ । ଛଦ୍ମ ପରିଚୟରେ ସେ ୨୦୧୮ରୁ ଓଡ଼ିଶାରେ ରହୁଥିଲା । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା । ତା’ର ପତ୍ନୀଙ୍କ ସଂଖ୍ୟା ୭ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଓଡିଶା , କାଶ୍ମୀର, ୟୁପି, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏହାବାଦ ବିଭିନ୍ନ ୱେବସାଇଟ୍ ଓ ଆପ୍ ରେ ମଧ୍ୟ ସେ ଯୁବତୀଙ୍କ ସହ ସଂପର୍କ ରଖିଥିଲା ।
ଆଇଜି କହିଛନ୍ତି ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ଯାଂଚ ଚାଲିଛି । ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବୁ । ‘କଶ୍ମୀର ଓ ପଞ୍ଜାବ ପୁଲିସ ସହ ବି ଯୋଗାଯୋଗରେ ଅଛୁ । ନିଜକୁ ଡାକ୍ତର କହି ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ । କେତେବେଳେ ପିଏମଓ ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ନିକଟତମ ବି କହୁଥିଲା ।୬/୭ ବିବାହ କରିଥିବା ସୂଚନା ମିଳିଛି, ଅଧିକ ବି କରି ଥାଇପାରେ । ସନ୍ଦିଗ୍ଧ ଯୁବକ ନିକଟରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଜାଲ୍ ଡକ୍ୟୁମେଂଟ ଜବତ ହୋଇଛି । ଜବତ ଡକ୍ୟୁମେଂଟ ମଧ୍ୟରେ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଂଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ ରହିଛି ।
ଇଶାନ ବୁଖାରୀ କଶ୍ମୀର ବାସିନ୍ଦା ହୋଇଥିବା ବେଳେ ସେଠାରେ ବିଭିନ୍ନ ଅପରାଧିକ କାର୍ୟ୍ୟକଳାପରେ ସଂଶ୍ଳିଷ୍ଟ ଥିଲେ । ଏହାପରେ ଗିରଫଦାରୀ ଭୟରେ ସେଠାରୁ ଫେରାର ହୋଇ ସେ ଗତ ୫ ବର୍ଷ ହେବ ଓଡ଼ିଶାରେ ରହୁଥିଲେ । ବୋଲି ବରିଷ୍ଠ କ୍ରାଇମବ୍ରାଂଚ ଆଇଜି ସୂଚନା ଦେଇଛନ୍ତି ।
ଏଥିସହ ଇଶାନ ବୁଖାରୀ କେରଳର କିଛି ସନ୍ଦୀଗ୍ଧ ଓ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିଲା । ତା’ ବିରୋଧରେ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ କଶ୍ମୀର ଓ ପଞ୍ଜାବ ପୁଲିସ୍ ସହ ଜାତୀୟ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗରେ ଥିବା ନେଇ ମଧ୍ୟ କ୍ରାଇମବ୍ରାଂଚ ଆଇଜି ସୂଚନା ଦେଇଛନ୍ତି ।