ଭୁବନେଶ୍ୱର, ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । 20ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସମ୍ବଲପୁର ନାକଟିଦେଉଳର ଆସିଷ୍ଟାଣ୍ଟ ଫିସରୀ ଅଫିସର(ଏଏଫଓ) ସ୍ନେହଲତା ମହାନ୍ତି । ଡବ୍ଲୁଏସଏଚଜିଏସ ଦ୍ୱାରା ଜିପି ଟ୍ୟାଙ୍କରେ କାର୍ପ ଗ୍ରୋ ଆଉଟ ଯୋଜନାରେ ସବସିଡି ରାଶି ପାଇଁ ଏକ ଏସଏଚଜି ଠାରୁ ବେନାମୀ ବ୍ୟାଙ୍କ ଚେକ୍ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସ୍ନେହଲତା ମହାନ୍ତିଙ୍କ ଠାରୁ ବ୍ୟାଙ୍କ ଚେକ୍ ସହିତ ଏହାସହିତ ସମ୍ପୃକ୍ତ କାଗଜପତ୍ର ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ନେହଲତାଙ୍କର ଦୁଇଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଏନେଇ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।