
ନୂଆଦିଲ୍ଲୀ,ସଂସଦରେ ଧାରଣା ଦେଉଥିବା ନିଲମ୍ବିତ ସାଂସଦଙ୍କୁ ଶୁକ୍ରବାର ଦିନ ସାକ୍ଷାତ କରିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି । କଂଗ୍ରେସ ପକ୍ଷରୁ ଏନେଇ ସୋସିଆଲ ମିଡିଆ ଏକ୍ସରେ ଭିଡିଓ ସେୟାର କରାଯାଇଛି । ସୋନିଆ ଗାନ୍ଧି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସାଂସଦଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଏବେ ସଂସଦରେ ସ୍ୱର ଉଠାଇବା ପାପ ହୋଇଗଲାଣି । ବିରୋଧୀ ସାଂସଦମାନେ ଗୃହର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହି ଗୁରୁତର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ୍। କିନ୍ତୁ ଯେଉଁମାନେ ପ୍ରଶ୍ନ ପଚାରୁଛନ୍ତି ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଉଛି ବୋଲି ସରକାର କହିଛନ୍ତି।