-
ଆଟି ରେଡ୍ ରେ ଟଙ୍କା ଜବତ ପ୍ରସଙ୍ଗ
ଭୁବନେଶ୍ୱର– ମଦ ବ୍ୟବସାୟୀ ଧୀରଜ ସାହୁଙ୍କଠୁ ଆଟି ରେଡ୍ ବେଳେ ୩୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ଘଟଣାରେ ପ୍ରତିବାଦ କରି ଭୁବନେଶ୍ୱର କଳ୍ପନା ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛି ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଟୋକେଇରେ ନକଲି ନୋଟ ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । ଜବତ ଟଙ୍କା କାହାର ବିଜେଡି ସ୍ପଷ୍ଟ କରୁ ବୋଲି ଦାବି କରିଛି ବିଜେପି ।
ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ଯେ; ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ରେ ରାଜ୍ୟ ସରକାର ୧ ନମ୍ୱର ଥିବାବେଳେ ଏବେ “କଳା ଟଙ୍କା” ରେ ମଧ୍ୟ ରାଜ୍ୟ ସରକାର ୧ ନମ୍ବର ହେଲେ । ଓଡ଼ିଶାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ସମୟରେ ବିଭିନ୍ନ ମଦ ଭାଟିରୁ ବିପୁଳ ପରିମାଣରେ କଳା ଟଙ୍କା ଜବତ କରିଛନ୍ତି । ଯେତେ ଗଣିଲେ ବି ସରୁନାହିଁ । ସାରାଦେଶରେ ଏତେ ପରିମାଣର କଳା ଟଙ୍କା ଆଗରୁ କେବେ ଜବତ ହୋଇନଥିଲା । କଂଗ୍ରେସ ଦଳର ସଂସ୍କୃତି ହେଉଛି ଭ୍ରଷ୍ଟାଚାର ସଂସ୍କୃତି । ଜବତ ହୋଇଥିବା କଳା ଟଙ୍କା ସବୁ କଂଗ୍ରେସ ସାଂସଦ ଧୀରଜ ସାହୁ ଙ୍କ ମାଲିକାନାରେ ଥିବା ମଦ ଭାଟିରୁ ବାହାରୁଛି । ଏହି କଳା ବେପାରରେ କଂଗ୍ରେସ ଦଳର ବଡ ବଡ ନେତାଙ୍କ ସମ୍ପୃତି ରହିଛି । ରାଜ୍ୟରେ ୨୩ ବର୍ଷ ହେଲାଣି ବିଜୁ ଜନତା ଦଳ ସରକାର ଅଛି । ଏହି ୨୩ ବର୍ଷରେ କୌଣସି ଦେଶୀ ମଦ ଓ ମହୁଲି ମଦର ଲାଇସେନ୍ସର ରିକ୍ସନ ବା ରେଟେଣ୍ଡରିଙ୍ଗ ହୋଇନାହିଁ । ମଦ ମାଫିଆ ଙ୍କ ସ୍ୱାର୍ଥ ରେ ଓଡ଼ିଶା ସରକାର ଏହାର ପୂନ୍ନ ନିଲାମ ପ୍ରକ୍ରିୟା କରିଲେ ନାହିଁ । ଯାହା ଫଳରେ ମଦ ମାଫିଆ ମାନେ ଆହୁରି ମାଲାମାଲ ହେଲେ ଆଉ ଏପଟେ ଓଡ଼ିଶାରେ ମଦର ବନ୍ୟା ହେଲେ । ଏହା ହେଉଛି ଏକ ସରକାରୀ ପ୍ରାୟୋଜିତ ଷଡ଼ଯନ୍ତ୍ର । ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ଲୁଟ ହେଉଛି ଏହି ମଦ ମାଫିଆ ମାନଙ୍କ ଦ୍ୱାରା ଯାହାର ଲାଭାର୍ôଥ ହେଉଛି ବିଜୁ ଜନତା ଦଳ ବୋଲି ସେ ଅଭିଯୋଗ କରିଛନ୍ତି ।