ଭୁବନେଶ୍ୱର– ରାଜ୍ୟପାଳ ରଘୁବର ଦାସ ଜଗତସିଂହପୁର ଜିଲ୍ଲାର ବୟନ ଗ୍ରାମ, ଜୟପୁର ଗସ୍ତ କରିଛନ୍ତି। ସେ ସେଠାରେ ବୟନଶିଳ୍ପ କାର୍ଯ୍ୟରତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଭେଟି ସେମାନଙ୍କ ସହ ବ୍ୟବସାୟର ବିଭିନ୍ନ ଦିଗ ଓ ସରକାରଙ୍କ ବୟନ ଶିଳ୍ପ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି।
ରାଜ୍ୟପାଳ ଜୟପୁର ଗ୍ରାମରେ ‘ପ୍ରଧାନମନ୍ତ୍ରୀ ଆୱାସ ଯୋଜନା- ଗ୍ରାମୀଣ’ ଅଧୀନରେ ନିର୍ମିତ କେତେକ ଘର ପରିଦର୍ଶନ କରିବା ସହ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି।
ରାଜ୍ୟପାଳ ଜଗସିଂହପୁର ଜିଲ୍ଲାର ତରଜଙ୍ଗା ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଉପସ୍ଥିତ ଶିଶୁ ଓ ଗ୍ରାମବାସୀଙ୍କୁ ସମ୍ବୋଧିତ କରିଛନ୍ତି।ଏହି ଅବସରରେ ସେ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ ଶିକ୍ଷା ଓ ଦକ୍ଷତା ହାସଲ ଦ୍ୱାରା ଦେଶର ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି।