-
ରତ୍ନଭଣ୍ଡାର ଚାବି ହଜିବା ମାମଲା
ଭୁବନେଶ୍ୱର– ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କିତ ମାମଲାରେ ରଘୁବର ଦାସ ତଦନ୍ତ କମିଶନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରଘୁବର ଦାସ ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରିପୋର୍ଟ ଉପସ୍ଥାପନ ପାଇଁ ଅଧିକ ସମୟ ମାଗିଛନ୍ତି ରାଜ୍ୟ ସରକାର ।
ସେପଟେ ଆଜି ବି ଗୃହ ବିଭାଗ ହାଇକୋର୍ଟରେ ଜବାବ ରଖିନାହିଁ । ଜବାବ ରଖିବା ପାଇଁ ଶେଷ ମହଲତ ଦେଇଛନ୍ତି ହାଇକୋର୍ଟ । ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ ।