ଭୁବନେଶ୍ୱର, ଓଡିଶାରେ ବିରୋଧୀ ଦଳ ମାନଙ୍କ ନିକଟରେ କୌଣସି ପ୍ରସଙ୍ଗ ନାହିଁ । ତେଣୁ ସେମାନେ ମିଛ କହୁଛନ୍ତି । ବିଜେଡି କର୍ମୀ ମାନଙ୍କୁ ଏହାର ମୁକାବିଲା କରିବାକୁ ହେବ । ବିଜେଡିର ପରିବର୍ଧିତ କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ବିରୋଧୀଙ୍କ ପାଖାରେ କିଛି ପ୍ରସଙ୍ଗ ନାହିଁ। ଓଡ଼ିଶାର ରୂପାନ୍ତରଣ ସେମାନଙ୍କ ପାଇଁ ବଡ଼ ଧକ୍କା ହୋଇଛି। ତେଣୁ ସେମାନେ ମିଛ କହିବେ ,ଅପପ୍ରଚାର କରିବେ।।ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ । ସୋସିଆଲ ମିଡିଆ ରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ବିକାଶ ର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚିବାକୁ ହେବ ।
ଓଡିଶା ବାସୀ ଜାଣନ୍ତି ହଜାରେ ମିଛ କେବେ ସତ ହେବନାହିଁ । ସତ୍ୟ ର ଜୟ ହେବ ବିକାଶ ର ଜୟ ହେବ ।।ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ହେବ ବୋଲି ସେ କହିଛନ୍ତି ।