ରାଉରକେଲା– ଶ୍ରମିକଙ୍କ ଉପରେ ବିବାଦୀୟ ବୟାନ ଦେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି ଫ୍ୟାକ୍ଟ୍ରି ବୟଲର ବିଭାଗର ସହକାରୀ ନିର୍ଦ୍ଦେଶକ ବିବେକାନନ୍ଦ ନାୟକ । ବିବେକାନନ୍ଦଙ୍କୁ ବିରୋଧ କରିଛନ୍ତି ବିଭିନ୍ନ ସଙ୍ଗଠନ , ଶ୍ରମିକ ଓ ସାଧାରଣ ଲୋକେ ।
ଘଟଣାଟି ଥିଲା କିଛି ଏହିପରି । ରାଉରକେଲା ବୟଲର ଫ୍ୟାକ୍ଟ୍ରିରେ ବାରମ୍ବାର ଅଘଟଣ ଘଟି ଅନେକଙ୍କ ଜୀବନ ଯାଉଥିବା ବେଳେ ଅନେକ ଆହତ ହେଉଛନ୍ତି । ଯାହାକୁ ବିରୋଧ କରି ଶ୍ରମିକ ସଙ୍ଗଠନ ସିଆଇଟିୟୁର ବରିଷ୍ଠ ନେତା ଓ ସମର୍ଥକମାନେ ଆନ୍ଦୋଳନ କରିବା ସହ ଡିସେମ୍ବର ୧୦ତାରିଖ ସୁଦ୍ଧା ଏହି ଦିଗରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ଜଣାଇାକୁ ଦାବି ହୋଇଥିଲା । ବରିଷ୍ଠ ନେତା ବିଷ୍ଣୁମହାନ୍ତି, ଜାହାଙ୍ଗୀର ଅଲ୍ଲୀ ପ୍ରମୁଖ ଏହି ବିଭାଗର ଉଦିତନଗର ଅଫିସରେ ପହଁଚି ପଚରା ଉଚରା କରିବାରୁ ବିଭାଗର ଅଧିକାରୀ ଶ୍ରୀ ନାୟକ ଅଫିସ ଭିତରେ ମାତାଲା ଅବସ୍ଥାରେ କହିଥିଲେ ଯେ, ‘ଦୁର୍ଘଟଣାରେ ଶ୍ରମିକ କାରଖାନା ଭିତରେ ମଲେ ଆମେ ଓ ମାଲିକ କିଛି କରିବାର ନାହିଁ’ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତି ହୋଇଥିଲା । ଏବଂ ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ନିଶା ପରୀକ୍ଷା ପାଇଁ ପୋଲିସ ଶ୍ରୀ ନାୟକକୁ ନେଇଥିଲା । ପରୀକ୍ଷଣରେ ସେ ମଦ୍ୟପାନ କରିଥିବା ଜଣାପଡିବା ପରେ ପୋଲିସ ଅଫିସର ମୁଖ୍ୟ ବିଭୁ ପ୍ରସାଦ ବାବୁଙ୍କୁ ଡାକି ଶ୍ରୀନାୟକଙ୍କୁ ହସ୍ତାନ୍ତର କରିଥିଲା । ଏହାପରେ ଅଫିସ ଭିତରେ ମାତାଲ ଅବସ୍ଥାରେ ନରହିବାକୁ ବିବେକାନନଦ ନାୟକଙ୍କୁ ସେ ତାଗିଦ କରିଥିଲେ । ଯାହାକି ଏବେ ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।