ଭୁବନେଶ୍ୱର – ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇର ଜାତୀୟ କାର୍ଯ୍ୟକାରୀ କମିଟି ବୈଠକ ଆସନ୍ତକାଲି (ଶୁକ୍ରବାର) ଠାରୁ ତିନିଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ୧୦ ବର୍ଷ ପରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସିପିଆଇର ଦୁଇଟି ଜାତୀୟ ପରିଷଦ ବୈଠକର ମଧ୍ୟବର୍ତି ସମୟରେ ଏହି କାର୍ଯ୍ୟକାରୀ କମିଟି ହେଉଛି ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା । ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ ଗତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକୀୟ ରଣନୀତି ଓ ରଣକୌଶଳ ଗ୍ରହଣ କରାଯିବ । ୧୫ ତାରିଖ ସନ୍ଧ୍ୟାରେ ଜାତୀୟ ସମ୍ପାଦକମଣ୍ଡଳୀ ବୈଠକ ଅନୁଷ୍ଠିତ ହେବ । ୧୬ ତାରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜାତୀୟ କାର୍ଯ୍ୟକାରୀ କମିଟି ବୈଠକ ଅଶୋକନଗରଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଯୋଗ ଦେବା ପାଇଁ ବିଭିନ୍ନ ରାଜ୍ୟର ତୁଙ୍ଗ ନେତୃବର୍ଗ ଆଜିଠାରୁ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ସିପିଆଇର ସାଧାରଣ ସମ୍ପାଦକ କଃ ଡି. ରାଜା ଆସନ୍ତାକାଲି ଭୁବନେଶ୍ୱରରେ ଆସି ପହଂଚିବେ ବୋଲି ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ ଜଣାଇଛନ୍ତି ।
Related Stories
November 23, 2024