କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମଣିଷ ତ ମଣିଷ ଶେଷରେ ପ୍ରାଣୀ ବି କହିଲେ ଜୟ ଜଗନ୍ନାଥ । କଳି ଯୁଗରେ ମୁକ୍ତିର ଏକମାତ୍ର ରାସ୍ତା ହରିନାମ ତାହା ପ୍ରାଣୀ ମାନେ ମଧ୍ୟ ବୁଝି ପାରିଲେଣି | ମୂଷା ଜୟ ଜଗନ୍ନାଥ କହୁଥିବା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଜଣେ ମହିଳା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ସାଙ୍ଗରେ ଦୁଇଟି ମୂଷା ଆଣିଥିଲେ । ତେବେ ଭକ୍ତ ଜଣକ ଜୟ ଜଗନ୍ନାଥ କହିବା ମାତ୍ରେ ମୂଷା ମଧ୍ୟ ତାଙ୍କ ସହିତ ଜୟ ଜଗନ୍ନାଥ କହୁଥିବା ଦେଖିବାକୁ ମିଳିଛି ।କେବଳ ସେତିକି ନୁହେଁ ସିଂହଦ୍ଵାର ନିକଟରେ ମଧ୍ୟ ମୂଷା ଦୁଇଟି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ସେଠାରେ ଉପସ୍ଥିତ ଥିବା ସେବାୟତ, ପୋଲିସ କର୍ମଚାରୀ ଏଭଳି ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଯେକୌଣସି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଯାଏ ବୋଲି ଯେଉଁ ବିଶ୍ବାସ ରହିଛି ତାହା ଏହି ଦୁଇଟି ମୂଷା ଆଜି ପ୍ରମାଣିତ କରିଦେଇଛନ୍ତି ।
କଳା, ଧଳା ଏହି ଦୁଇଟି ମୂଷାକୁ ଭକ୍ତ ଜଣକ ଅତି ସୁନ୍ଦର ଭାବେ ଲାଳନ ପାଳନ କରୁଥିବା ବେଳେ ଅତି ସୁନ୍ଦର ଭାବେ ସଜ୍ଜିତ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କୁ ଆଣିଥିବା ଭକ୍ତ ଜଣକ କହିଛନ୍ତି ।