
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀଜଗନ୍ନାଥ ହେଉଛନ୍ତି ସକଳ ଶକ୍ତିର ଆଧାର।ଦ୍ଵାପର ଯୁଗର ବ୍ରଜେନ୍ଦ୍ର ନନ୍ଦନ ଶ୍ରୀ କୃଷ୍ଣ ହିଁ କଳିଯୁଗରେ ଶ୍ରୀ ଜଗନ୍ନାଥ ରୂପରେ ଆରାଧିତା।ଯେଉଁଥିପାଇଁ ଶ୍ରୀଜଗନ୍ନାଥଙ୍କ ଅର୍ଚ୍ଚା ବିଗ୍ରହ ଭାବରେ ଶ୍ରୀ ମଦନମୋହନ ହିଁ ପ୍ରାୟ ନୀତି ସମ୍ପାଦିତ କରୁଛନ୍ତି। ଯେପରି ଭଗବାନ ଶ୍ରୀକୃଷ୍ଣ ଅବତାର ନୁହଁନ୍ତି ସିଏ ସ୍ୱୟଂ ଅବତାରୀ ଠିକ ସେହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ଅବତାରୀ। ଏହି ଦିବ୍ୟ ସ୍ୱରୂପ କୁ ଦର୍ଶନ କରିଥିଲେ ମହାପ୍ରଭୁ ଶ୍ରୀଚୈତନ୍ୟ, ରାମନୁଜ ଓ ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଭଗବତପାଦ ଏହିପରି ମତ ରଖିଥିଲେ ବିଶିଷ୍ଟ ବକ୍ତାଗଣ। ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଦ୍ୱାରା ପୁରୀ ଧ୍ୟାନମନ୍ଦିର ପରିସରରେ ଏକ ଦିବ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବିଶେଷ ଆଲୋଚନା ଚକ୍ର। ଟ୍ରଷ୍ଟ ର ବରିଷ୍ଠ ସଦସ୍ୟା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଙ୍କ ପ୍ରଥମ ପୁଣ୍ୟତିଥି ଅଵସରରେ ଆୟୋଜିତ ଏହି ସତସଙ୍ଗ ସଭାରେ ଶ୍ରୀଧାମ ବୃନ୍ଦାବନ ରୁ ଆଗତ ଅନେକ ସାଧୁସନ୍ଥ ଓ ଭକ୍ତଙ୍କ ସହ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଗବେଷକ ବୃନ୍ଦ ଯୋଗ ଦେଇଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ଗୌଡିୟ ବେଦାନ୍ତ ଟ୍ରଷ୍ଟ ର ସଦସ୍ୟ ପୂଜ୍ୟପାଦ ରାଧାନାଥ ଦାସଜି ମହାରାଜ ଯୋଗ ଦେଇ ଜୀବନର ମୂଲ୍ୟବୋଧ ବିଷୟରେ ଆଲୋଚନା କରିବା ସହିତ ଶ୍ରୀକୃଷ୍ଣ ଶ୍ରୀ ଜଗନ୍ନାଥ ଙ୍କ ଅଭେଦତ୍ୱ ବିଷୟ ରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ଭାବରେ ଦିଲ୍ଲୀ ସ୍ଥିତ ଆଇ.ଜି.ଭୀଟି ର ସଦସ୍ୟ ପୂଜ୍ୟ ରାମକୃଷ୍ଣ ଜୀ ମହାରାଜ ଶ୍ରୀକ୍ଷେତ୍ର କୁ ଶ୍ରୀବ୍ରଜଧାମ ସହିତ ତୁଳନା କରି ହରିନାମ ର ମହିମା ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀମନ୍ଦିର ପୁରୋହିତ ଡ଼ଃ ସିଦ୍ଧେସ୍ୱର ମହାପାତ୍ର ଯୋଗଦେଇ ଶ୍ରୀଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଚେତନା କୁ କିପରି ବିଶ୍ଵବ୍ୟାପୀ କରିଥିଲେ ତାହା ବୁଝାଇ ଥିଲେ |ଉକ୍ତ ସଭାରେ ଆଧ୍ୟାତ୍ମିକ ଟ୍ରଷ୍ଟ ର ସଭାପତି ତଥା ପୁରୀର ପୂର୍ବତନ ଜିଲ୍ଲାପାଳ ଅଶ୍ୱିନୀ କୁମାର ଦାସ ସଭାପତିତ୍ୱ କରିଥିଲେ। ଉକ୍ତ ଉତ୍ସବ କୁ ଟ୍ରଷ୍ଟ ର ସଦସ୍ୟ ଶ୍ରୀ ଗୁରୁଚରଣ ଦାସ ସଂଯୋଜନା କରିଥିବା ବେଳେ ଟ୍ରଷ୍ଟ ର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ। ସଭାଶେଷରେ ଭବାନୀ ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ , ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ସ୍ତମ୍ବକାର ହରି ଶଙ୍କର ମିଶ୍ର, ଶିକ୍ଷାବିତ ପଣ୍ଡିତ ସଦାଶିବ ମିଶ୍ର ଉପସ୍ଥିତ ଥିଲେ।