
-
ଲାଇଫ ଗାର୍ଡମାନଙ୍କ ଦୁଃସାହସିକ ବିଚ୍ ସ୍ପୋର୍ଟସ ପର୍ଯ୍ୟଟକଙ୍କୁ କଲା ଆକୃଷ୍ଟ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସ୍ଵେଚ୍ଛସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ମହୋଦଧି ଦିବସ ପାଳିତ ହୋଇଛି।ମହୋଦଧି ତଥା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ସ୍ୱଚ୍ଛତା ଓ ସାମୁଦ୍ରିକ ଜୀବମାନଙ୍କ ସୁରକ୍ଷା ପାଇଁ ସଚେତନତା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୨ ତାରିଖ କୁ ମହୋଦଧି ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ପୁରୀ ନୀଳାଦ୍ରି ବିଚ୍ ଠାରେ ବିଚ୍ ୱାକ୍,କବିତା ଆସର , ଲାଇଭ ଆର୍ଟ ପ୍ରଦର୍ଶନୀ ,ବିଚ୍ ଫୋଟୋଗ୍ରାଫି ,ଲାଇଫ ଗାର୍ଡ ବିଚ୍ ସ୍ପୋର୍ଟସ ଇତ୍ୟାଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ପ୍ରଥମ ଥର ପାଇଁ ଲାଇଫ ଗାର୍ଡ ବିଚ୍ ସପୋର୍ଟସ୍ ଅନୁଷ୍ଠିତ ହେଉଥିବାରୁ ଏହି ଦୁଃସାହସିକ କ୍ରୀଡା କୌଶଳ ଦେଖିବା ପାଇଁ ଦେଶୀ ଓ ବିଦେଶୀ ପର୍ଯ୍ୟଟଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟାରେ କିନର ମହାସଂଘ,ମତ୍ସ୍ୟଜୀବୀ,ଭିନ୍ନକ୍ଷମ ଓ ବିଭିନ୍ନ ବସ୍ତି ଅଂଚଳ ରୁ ଆସିଥିବା ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ସାମୁଦ୍ରିକ ଯିବ ଓ ଗ୍ଲୋବାଲ ୱର୍ମିଂ ପାଇଁ କାର୍ଯ୍ୟ କରୁଥିବା ଶ୍ରୀ ଶ୍ରୀ ଇଉନିଭର୍ସସିଟି ର ପ୍ରଫେସର ଡ. ଆଶୁତୋଷ ମହାନ୍ତିଙ୍କୁ “ମହୋଦଧି ସମାନ” ରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟୟ ରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ପାଳ ପ୍ରଶାସନ ପ୍ରଦୀପ କୁମାର୍ ସାହୁ,ଅତିରିକ୍ତ ଜିଲ୍ଲା ପାଳ ରାଜସ୍ବ କୈଳାଶ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର,ଉପଜିଲ୍ଲାପାଳ ଭବତାରଣ ସାହୁ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ପୁରୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ମୁଖ୍ୟ ପରିଚାଳନା ପ୍ରବନ୍ଧକ ବିଜୟ କୁମାର ଶତପଥୀ ,ସମାଜ କର୍ମୀ ସୁଚିଶ୍ମିତା ଜଗଦେବ, ଯୁଗବ୍ରତ କର, ଶ୍ରୀମତୀ ବିନୋଦିନ ଦାସ ,ରାଜ ଲକ୍ଷ୍ମୀ ଦାସ, ଶ୍ରୀମନ୍ଦିରର ସେବାୟତ ଗୌରୀ ଶଙ୍କର ସିଂହାରୀ ପ୍ରଭୃତି ଯୋଗ ଦେଇ ଅନୁଷ୍ଠାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ,କାର୍ଯ୍ୟକ୍ରମକୁ ଅନୁଷ୍ଠାନ ବରିଷ୍ଠ ସଦସ୍ୟ ସୁକାନ୍ତ ପଣ୍ଡା,ସଞ୍ଜୟ ପ୍ରଧାନ,ବ୍ରଜକିଶୋର ସାହୁ,ବନିତା ଦୀକ୍ଷିତ,ରାଜ କିଶୋର ପାତ୍ର,ରତିକାନ୍ତ ପ୍ରତିହାରୀ ଓ ଦି ବେଲ୍ ଓମେନସ କ୍ଲବ ଓ ଦି ବେଲ୍ ୟୁଥ୍ କ୍ଲବ୍ ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।