
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଘୋଡା ବଜ଼ାର ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର + ୨ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ର ଶ୍ରୀମାନ ରୁଦ୍ର ପ୍ରସାଦ ଦାଶ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ତରଫରୁ ମଥୁରା ଠାରେ ଆୟୋଜିତ ଅଖିଳ ଭାରତୀୟ ସଂସ୍କୃତି ମହୋତ୍ସବର ତତ୍କାଳିକ ଭାଷଣ (ତରୁଣ ବର୍ଗ)ରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହୋଇ ବିଦ୍ୟାଳୟର ଗୌରବକୁ ବୃଦ୍ଧି କରିଛନ୍ତି।ବିଦ୍ୟାଳୟ ସ୍ତରରୁ ସଂକୁଳ, ବିଭାଗ, ସଂଭାଗ, ପ୍ରାନ୍ତ ,କ୍ଷେତ୍ର ଓ ସର୍ବପରେ ଅଖିଳ ଭାରତୀୟ ସ୍ତରକୁ ଉନ୍ନୀତ ହୋଇ ଶେଷରେ ସେ ଏହି ସମ୍ମାନ ହାସଲ କରିଛନ୍ତି।ଗତ ବର୍ଷ ମଧ୍ୟ ରୁଦ୍ର ଭାଈ ଅଖିଳ ଭାରତ ସ୍ତରରେ ସେହି ସମାନ ପୁରସ୍କାର ଲାଭ କରିଥିଲେ।ତାଙ୍କର ଏହି ସଫଳତାର ଶ୍ରେୟ ସେ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ସମେତ ନିଜ ପିତା ମାତାଙ୍କୁ ଦେଇଛନ୍ତି। ତାଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ସହ ଗୁରୁଜନଙ୍କ ଆଶୀର୍ବାଦ ତାଙ୍କୁ ଏହି ସ୍ତରକୁ ଆଣିଦେଇଛି ବୋଲି ସେ କହିଛନ୍ତି।