
କେନ୍ଦୁଝର, କେନ୍ଦୁଝର ଅବକାରୀ ଥାନାକୁ ବଡ ସଫଳତା ମିଳିଛି । ଅବକାରୀ ପୋଲିସ ଏକ ବେଆଇନ ମହୁଲ ବୋଝେଇ ଟ୍ରକକୁ ଜବତ କରିବା ସହ ଏହାର ମାଲିକକୁ ଗିରଫ କରିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଅବକାରୀ ଥାନା କର୍ମଚାରୀ ପେଟ୍ରୋଲିଂ କରିଥିବା ବେଳେ ଟାଉନ ଥାନା ଅନ୍ତର୍ଗତ ଶଙ୍କରପୁର ଶୀତଳ ଭଣ୍ଡାର ନିକଟରେ ଏକ ମହୁଲ ବୋଝେଇ ଟ୍ରକ ଲୋଡ଼ିଂ ହେଉଥିବା ଦେଖିବାକୁ ପାଇଥିଲେ। ଶଙ୍କରପୁର ଠାରୁ ବେଇଆନ୍ ଭାବେ ଲୋଡ଼ିଙ୍ଗ ନେଇ ସନ୍ଦେହ କରିଥିଲେ। ଏହି ଲୋଡିଂ ହେଉଥିବା ଟ୍ରକକୁ ଦେଖି ଅବକାରୀ କର୍ମଚାରୀ ବୁଝିବାରୁ ଟ୍ରକଟିର ମାଛଗଡରୁ ତେଲକୋଇ ପର୍ମିଟ ଥିଲା। ତେଣୁ ଅବକାରୀ ବିଭାଗ ଏହି ଟ୍ରକ ସହ ଟ୍ରକ ମାଲିକକୁ ଗିରଫ କରିଥିଲେ। ଟ୍ରକ ଟିରେ ୨୪ କ୍ଵିଣ୍ଟାଲ ମହୁଲ ଫୁଲ ବସ୍ତା ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି। ଟ୍ରକ ମାଲିକ ମୋହନ ମହାନ୍ତକୁ ଗିରଫ କରି ଆଜି ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି।