-
ବୌଦ୍ଧ ଡ୍ରିଷ୍ଟିଲାରୀକୁ ଭର୍ଚୁଆଲୀ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଭାରତୀୟ ଜନତା ପାର୍ଟୀ ମଦ ବେପାରୀଙ୍କ ଠାରୁ ୩୫୦ କୋଟି ଜବତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ କାଠଗଡାକୁ ଟାଣିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଡ୍ରିଷ୍ଟିଲାରୀକୁ ଭର୍ଚୁଆଲୀ ଉଦଘାଟନ କରିଥିବା ବେଳେ ଏହି ମାମଲାରେ ସେ ବର୍ତମାନ ସୁଦ୍ଧା କାହିଁକି ମୁହଁ ଖୋଲି ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।
ବିଜେପିର ପ୍ରବକ୍ତା ଅନିଲ ବିଶ୍ୱାଳ ଏଠାରେ ପାର୍ଟୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମଦ ବ୍ୟବସାୟ ସମ୍ପୂର୍ଣ୍ଣ ରାଜ୍ୟ ସରକାର ଙ୍କ ବିଷୟ ହୋଇଥିବା ବେଳେ ମୂଖ୍ୟମନ୍ତ୍ରୀ କାହିଁକି ନୀରବ। ଏଠି ସରକାର୍ ଏବଂ ମୁଖ୍ୟାମନ୍ତ୍ରୀ ଉତ୍ତର ଦାୟୀ। ନୀରବତା ପଛରେ ବୌଦ୍ଧ ଡ୍ରିଷ୍ଟିଲାରୀ ସହ ମୂଖ୍ୟମନ୍ତ୍ରୀଙ୍କ ସମ୍ପର୍କ ଟାଣିଲା ବିଜେପି। ଅଗଷ୍ଟ ୨୦୧୯ରେ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଭର୍ଚୁଆଲି ଉଦ୍ ଘାଟନ କରିଥିଲେ ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମଦ କାରଖାନା ଉଦଘାଟନ କରିବା ଦେଶରେ ବିରଳ । ମୁଖ୍ୟମନ୍ତ୍ରୀ ଙ୍କ ସହ ମଞ୍ଚରେ ଥିଲେ କଂପାନୀ ଏମଡି ରିତେଶ ସାହୁ ଥିଲେ ।ରିତେଶ ସାହୁ ହେଉଛନ୍ତି ଧୀରଜଙ୍କ ପୂତୁରା ଏବେ ଫେରାର ଥିବା କୁହାଯାଉଛି। ତେଣୁ ଏହି କମ୍ପାନୀର ନବୀନ ନିବାସ ରେ ପ୍ରଭାବ ଥିଲା କି ବୋଲି ପ୍ରଶ୍ନ କରିଛି ଦଳ। ଓଡ଼ିଶାକୁ ଲୁଟୁଥିବା ମଦ କମ୍ପାନୀ ଙ୍କ ପଛରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି କି। ନହେଲେ କଲେଜ କିମ୍ବା ସ୍କୁଲକୁ ଯିବାକୁ ସମୟ ନଥିବା ନବୀନ କେମିତି ମଦ କମ୍ପାନୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ୨୦୧୮ରେ କାରଖାନା ପାଇଁ ପ୍ରସ୍ତାବ ଆସିଲା ୨୦୧୯ରେ ସରିଗଲା। ଏତେ ସ୍ପିଡ ରେ କାମ ଅନ୍ୟ କୌଣସି ପ୍ରକଳ୍ପରେ କରି ନାହାଁନ୍ତି ସରକାର। ବୌଦ୍ଧରେ ପିଇବା ପାଣି ଅଭାବ ହେଲେ ମହାନଦୀରୁ ପାଣି ନେଉଛି ବୌଦ୍ଧ ଡ୍ରିଷ୍ଟିଲାରୀ। ବୌଦ୍ଧ ଜିଲ୍ଲାର ଚାଷୀଙ୍କ ଜମିରେ ମଦ କମ୍ପାନୀ ର ପାଣି ପାଇପ ପଡ଼ିଛି । ଚାଷୀଙ୍କ ବିରୋଧ ସତ୍ତ୍ୱେ ତାଙ୍କୁ କେମିତି ଅନୁମତି ଦେଲା। ଏହା ପଛରେ କିଛି କିକ ବ୍ୟାକ୍ ରହିଛି କି। ଅଣ୍ଡର ଟେବୁଲ୍ କାରବାର ହେଇଛି କି। ଏହା ସହ ସର୍ବାଧିକ ରାଜନୀତିକ ପାଣ୍ଠି ଆସିଛି ବିଜେଡି କୁ ଆସିଥିବା ବେଳେ ଏସବୁରୁ ମଦ ଟଙ୍କା କେତେ ଆସିଛି ବୋଲି ପ୍ରଶ୍ନ କଳା ଦଳ। ଏସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ସେ ଦାବୀ କରିଛନ୍ତି ।