ଭୁବନେଶ୍ୱର– ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଛତିଶଗଡ଼ରେ ଯାହାର ସରକାର ହେଲେ ବି କୌଣସି ପ୍ରଭାବ ପଡ଼ିବ ନାହଁ। ପ୍ରଧାନମନ୍ତ୍ରୀ ଆଗରୁ ବି ଆସିଛନ୍ତି। କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାର ୮ରୁ ଅଧିକ ଯୋଜନାକୁ ବନ୍ଦ କରିଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମ ଓଡ଼ିଶାବାସୀ ସେହି ପ୍ରଶ୍ନ କରୁଛନ୍ତି। ଉଭୟ ରାଜ୍ୟ କେନ୍ଦ୍ର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଛନ୍ତି। ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ଅଛି। ଆଗକୁ ବି ଭଲ କରିବ ବୋଲି କହିଛନ୍ତି ଅଧିରାଜ ।
Related Stories
November 27, 2024
November 27, 2024