ଭୁବନେଶ୍ୱର– ଫେବୃଆରୀ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ମାଟ୍ରିକ୍ ପରୀକ୍ଷା ସୂଚୀ ନେଇ ବୋର୍ଡ ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଚାଲିବ । ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍ ୨୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ୨୩ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୬ରେ ଗଣିତ ଏବଂ ୨୮ ତାରିଖରେ ତୃତୀୟ ଭାଷା ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା ରହିଛି । ସେହିପରି ମାର୍ଚ୍ଚ ୨ରେ ବିଜ୍ଞାନ ଏବଂ ୪ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ମୋଟ ୨୯୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ । ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।