ନାରାୟଣପୁର,ନାରାୟଣପୁର ଜିଲ୍ଲାର ଛୋଟେଡୋଙ୍ଗର ଥାନା ଅଂଚଳରେ ବୁଧବାର ପୂର୍ବାହ୍ନ 11ଟାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇବା ସହ ଯବାନମାନଙ୍କ ଉପରକୁ ଫାୟାରିଂ କରିଥିଲେ । ଏହାର ଜବାବ ଦେଇ ଯବାନମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ନକ୍ସଲଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ସିଏଏଫର 9ମ ବାହିନୀର ଯବାନ କମଳେଶ କୁମାର ସହିଦ ହୋଇଛନ୍ତି । ସେହିପରି ଆଉଜଣେ ଯବାନ ବିନୟ କୁମାର ଆହତ ହୋଇଛନ୍ତି । ନକ୍ସଲ ହମ୍ଲା ପରେ ଆଖପାଖ ଅଂଚଳରେ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
Related Stories
November 27, 2024
November 27, 2024