ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ହୋଇଥିବା ନାଗରିକ ସଂଶୋଧନ ଆଇନ୍ ସହ ଏନ୍୍.ଆର.ସି ଓ ଏନ୍.ପି.ଆର କୁ ରଦ୍ଧ କରିବା ଦାବୀରେ ‘ୱି ଦି ପିପୁଲ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ବିନିଦ୍ର ରଜନୀ ପ୍ରତିବାଦ ଅନୁÂିତ ହୋଇଯାଇଛି ।
ସଂଗଠନର ପ୍ରମୁଖ କର୍ମକର୍ତା ଅମିୟ ପାଣ୍ଡବ, ଜ୍ୟୋତିରଞ୍ଜନ ମହାପାତ୍ର, ପାର୍ଥସାରଥୀ ଜେନା, ଇଂ ସାରଦା ପ୍ରସନ୍ନ ସ୍ୱାଇଁ, ସୁଜାତା ବେହେରା ଏବଂ ପ୍ରତାପ ସାହୁଙ୍କ ନେତୃତ୍ୱରେ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତି ନିକଟରୁ ଏକ ମଶାଲ ଶୋଭାଯାତ୍ରା ବାହାରି ରାଜମହଲ ଛକ ପରିକ୍ରମା କରି ମାଷ୍ଟର କ୍ୟାଂଟିନ ଛକରେ ପହଂଚିଥିଲା । ସେଠାରେ ମୁକ୍ତାକାଶ ତଳେ ସାରାରାତି ବିନିଦ୍ର ରଜନୀ ବିତାଇବାର କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା ବେଳେ ଠିକ୍ ରାତି ୧୨ଟା ସମୟରେ ଶତାଧିକ ଯୁବଛାତ୍ର ଛିଡ଼ାହୋଇ ସମ୍ବିଧାନର ମୁଖବନ୍ଧ ସମୂହ ପାଠ କରିବା ସହ ସମ୍ବିଧାନର ସୁରକ୍ଷା ଓ ଧର୍ମନିରପେକ୍ଷତାର ଧ୍ୱଜାକୁ ଉଦ୍ଧ୍ୱର୍ରେ ତୋଳି ଧରିବାକୁ ଗଣ ଶପଥପାଠ କରିଥିଲେ ।