
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,କୃଷି ଓ କୃଷକର ବିକାଶ ପାଇଁ ସରକାର ପ୍ରତିଶ୍ରୁତିଵଦ୍ଧ। ସେଥିପାଇଁ ସରକାର ବଜେଟରେ ସର୍ବାଧିକ ଆର୍ଥିକ ବ୍ୟବସ୍ଥା କୃଷି ପାଇଁ କରିଛନ୍ତି।ଏହାର ଭରପୁର ସୁବିଧା କୃଷକ ବନ୍ଧୁ ମାନଙ୍କ ନିକଟରେ ପହଞ୍ଚାଇବା କୁ କୃଷି ବିଭାଗ ର ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପରାମର୍ଶ ଦେଇଛନ୍ତି। ଅପରାହ୍ନ ରେ ଶରଧାବାଲି ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ୫ ଦିନିଆ ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବେହେରା ଆମ ରାଜ୍ୟ ଲଗାତାର କୃଷି କର୍ମଣ ପୁରସ୍କାର ପାଇ ଚାଲିଛି।ଏହା ଚାଷୀ ଭାଇ ଭଉଣୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ଓ କୃଷକ ମାନଙ୍କ ଉଦ୍ୟମ ର ଫଳ ଯନ୍ତ୍ରପାତି ପାଇଁ ରିହାତି ଦିଆଯାଉଛି।ତେବେ ଏହାର ଉପଯୋଗ ପାଇଁ କୃଷି ଅଧିକାରୀ ମାନେ କୃଷକ ମାନଙ୍କୁ ପ୍ରଶିକ୍ଷିତ ଦେଇ ସକ୍ଷମ କରିବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ମେସିନ ମାଧ୍ୟମରେ ଚାଷ ପ୍ରଣାଳୀ କୃଷି କୁ ଏକ ନୂତନ ଦିଶା ଦେଇଛି।ଏଥି ପ୍ରତି କୃଷକ ମାନଙ୍କୁ ଆକୃଷ୍ଟ କରିବା ସହ ଏହାର ଉପଯୋଗ ସମ୍ପର୍କରେ ସଚେତନ କରିବାକୁ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଆମ ଦେଶ ଓ ରାଜ୍ୟ କୃଷି ପ୍ରଧାନ ଅଞ୍ଚଳ ଭାବେ ପରିଚିତ। କୃଷି ଓ କୃଷକ କୁ ସହାୟତା ପାଇଁ ସରକାର ବିବିଧ ଯୋଜନା କରିଛନ୍ତି।
ଉନ୍ନତ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ ଯୋଗୁ କୃଷି ରେ ଅଭିବୃଦ୍ଧି ଘଟିଛି ଓ ଉତ୍ପାଦନ ବୃଦ୍ଧି ପାଇବା ଶୂଭ ସଂକେତ।ଏହାକୁ ଆହୁରି ଅଧିକ ଅଗ୍ରଗତି ଆମ ସମସ୍ତ ଙ୍କ ଉଦ୍ୟମ ରେ ସମ୍ଭବ ହୋଇ ପାରିବ ବୋଲି କହିଥିଲେ।କୃଷି ଅଧିକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ରାଉତ,ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପରିଡା ପାରମ୍ପରିକ ଚାଷ ପଦ୍ଧତି ଓ ଯନ୍ତ୍ରପାତି ପରିବର୍ତ୍ତେ ବୈଜ୍ଞାନିକ କୃଷି ପ୍ରଣାଳୀ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ଵାରା ଚାଷ ସହଜ ହେବା ସହ କୃଷି ଶ୍ରମିକ ଅଭାବ କୁ ପୃରଣ କରାଯାଇ ପାରୁଛି ବୋଲି କହିଥିଲେ। ଏହି ମେଳାରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଛି।ମେଳାରେ ପ୍ରାୟ ୪୫ ଟି ଷ୍ଟଲ ହେବା ସହ କୃଷକ ମାନଙ୍କ ସହ ଆଲୋଚନା ଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ବ୍ୟବସ୍ଥା କରାଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ଯନ୍ତ୍ରପାତି ଉପଯୋଗ ଦ୍ୱାରା ସମୟ ଓ ଅର୍ଥ ସଞ୍ଚୟ ର ସଚେତନତା ସମସ୍ତ କୃଷକ ବନ୍ଧୁ ମାନଙ୍କ ନିକଟରେ ପହଞ୍ଚାଇବା ଏହି ମେଳାର ପ୍ରକୃତ ଉଦ୍ଦେଶ୍ୟ ବୋଲି କହିଥିଲେ। ଚଳିତ ବର୍ଷ ଜିଲ୍ଲା ପାଇଁ କୃଷି ଯନ୍ତ୍ରପାତି ବିକ୍ରୟର ଧାର୍ଯ୍ୟ ଲକ୍ଷ୍ୟ ୧୦ କୋଟି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ କୋଟି ୬୮ ଲକ୍ଷ ଟଙ୍କାର ଯନ୍ତ୍ରପାତି ବିକ୍ରୟ ହୋଇ ଥିବା ବେଳେ ଚଳିତ ମେଳାରେ ଏହାର ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି କୃଷି ବିଭାଗ ଆଶା କରିଛି ।କୃଷି ଯନ୍ତ୍ରପାତି ରେ ପୁରୁଷ ଚାଷୀ ମାନଙ୍କ ପାଇଁ ଶତକଡା ୪୦ ଭାଗ,ମହିଳା ଚାଷୀ ଙ୍କୁ ୫୦ ଭାଗ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୭୫ ଭାଗ ରିହାତି ରହିଛି । ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ମିଲେଟ କେକ କୁ ଅତିଥି ମାନେ କାଟିଥିଲେ। ଏହି କାର୍ଯ୍ୟକ୍ରମ ରେ କୃଷି କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।