
ବଲାଙ୍ଗିର– ୭ ଦିନର ଲଗାତାର ଚଢ଼ଉ ପରେ ବଲାଙ୍ଗିର ଛାଡିଛନ୍ତି ଆୟକର ବିଭାଗର ଟିମ୍ । ତେବେ ସୁଦପଡ଼ା ସ୍ଥିତ ମଦଭାଟି ପାଲଟିଥିଲା ଏହାର ଅସ୍ଥାୟୀ ଅଫିସ୍ । ଘଟଣା ସମ୍ପର୍କରେ ସମ୍ପୃକ୍ତ ଅଫିସ୍ ର ମ୍ୟାନେଜର ଓ କର୍ମଚାରୀଙ୍କୁ ଜେରା କରାଯାଇଛି । ବିଭାଗ ପକ୍ଷରୁ ଚଢ଼ଉ ବେଳେ ଜବତ ହୋଇଛି ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ଅଳଙ୍କାର । ତେବେ ଏତେ ଟଙ୍କା ମଦଭାଟିକୁ କିପରି ଓ କେଉଁଠୁ ଆସିଲା ସେନେଇ ଛାନଭିନ୍ ଜାରି ରଖିଛି ଆଇଟି ଟିମ୍ । ସେପଟେ ଏଭଳି ବିପୁଳ ପରିମାଣର ଟଙ୍କା ଜବତ ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢି ଯାଇଛି ।