ଭୁବନେଶ୍ୱର– କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବାସଭବନରେ ଆୟକର ବିଭାଗ ଚଢ଼ାଉ ଏବଂ ଅର୍ଥ ଜବତ ଉପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆପଣ ଦେଖିବେ କଂଗ୍ରେସ ପାର୍ଟିରେ ଦୁର୍ନୀତିର ପରିମାଣ କିପରି ପ୍ରକାଶ ପାଇବ। ଏହି ସମସ୍ତ ଟଙ୍କା କଂଗ୍ରେସ ଦ୍ୱାରା ସଞ୍ଚୟ ହେଉଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ହେବାକୁ ଥିବା ନିର୍ବାଚନରେ ବ୍ୟବହାର କରାଯାଇଥାନ୍ତ। ଘମଣ୍ଡିଆ’ ମିଳିତ ମଞ୍ଚ ଏହି ସମ୍ପର୍କରେ କୌଣସି ବିବୃତ୍ତି ଦେଉନାହାନ୍ତି । ଅରବିନ୍ଦ କେଜ୍ରିୱାଲ ସତ୍ୟେନ୍ଦ୍ର ଜେନାଙ୍କ ଗିରଫଦାରୀ ଉପରେ କୌଣସି ଆଭିମୁଖ୍ୟ ଦେଇନାହାଁନ୍ତି କିମ୍ବା ମମତା ବାନାର୍ଜୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କଂଗ୍ରେସ ପାର୍ଟିକୁ ଉପଯୁକ୍ତ ଉତ୍ତର ଜନତା ଦେବେ ବୋଲି କହିଛନ୍ତି ଗିରିରାଜ ସିଂ ।
Related Stories
November 22, 2024