ଭୁବନେଶ୍ୱର– ଆର.ଉଦୟଗିରି ଥାନା ଅନ୍ତର୍ଗତ ରାମଗିରି ଗାଁ ନିକଟରେ ଲକ୍ଷ୍ମୀବସ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ରାମଗିରି ଗ୍ରାମର ରାମେଶ୍ବର ଦଣ୍ଡସେନା ନାମ ଏକ ଯୁବକ ନିଜ ଜମିକୁ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଲକ୍ଷ୍ମୀ ବସ ସହ ମୁହା ମୁହିଁ ଧକ୍କା ହୋଇଥିଲା । ଫଳରେ ରାମେଶ୍ବର ଗୁରୁତର ଆହାତ ହୋଇ ପ୍ରଥମେ ରାମଗିରି ଓ ପରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ ।
ମାତ୍ର ଦୁର୍ଘଟଣା ଘଟିବା ପରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲେ କିମ୍ବା କୌଣସି ସହାୟତା ପ୍ରଦାନ କରିନଥିଲେ । ଗତକାଲି ରାତିରେ ଆର.ଉଦୟଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାର ଥାନାକୁ ଆସି ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ 3ହଜାର ଟଙ୍କା ଦେଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଆହତଙ୍କ ସମ୍ପର୍କୀୟ ମାନେ ଚିକିତ୍ସା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପ୍ରତିବାଦରେ ଗ୍ରାମବାସୀ ଆଜି ଥାନା ସମ୍ମୁଖରେ ଥିବା ଲକ୍ଷ୍ମୀ ବସ ସମ୍ମୁଖରେ ଧାରଣା ଦେଇଛନ୍ତି ।