ଭୁବନେଶ୍ୱର– ବିଦ୍ୟୁତ ଆଘାତରେ ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁର ଗବାଗୁଡା ଗାଁରେ । ବିଦ୍ୟୁତ ସଂସ୍ପର୍ଶରେ ଆସି ଗବାଗୁଡା ଗ୍ରାମର ଘାସିରାମ ଗୌଡ଼ଙ୍କ ପୁଅ ଦୀକଚନ ଗୌଡ଼ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।