
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ବିୟୋଗରେ ଜିଲ୍ଲାପାଳ ସମର୍ଥ ବର୍ମା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ସ୍ୱର୍ଗତ ମହାପାତ୍ର ଜଣେ ଦୃଢମନା,ଆତ୍ମବିଶ୍ୱାସୀ ଓ ନିଷ୍ଠାପର ଗଣମାଧ୍ୟମ ପ୍ରତିନିଧି ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ।ତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ବର୍ମା କହିବା ସହ ତାଙ୍କ ଆତ୍ମା ର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଅର୍ପଣ କରିଛନ୍ତି।ଏହି ଅବସରରେ ସ୍ୱର୍ଗଦ୍ଵାରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।