
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଆନୁକୂଲ୍ୟରେ ଭାରତୀୟ ସେନା ତରଫରୁ “ଅଗ୍ନିବୀର – କ୍ୟାରିୟର୍ କାଉନ୍ସିଲିଂ ଆଉଟ୍ରିଚ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା କଟକ ଶାଖା ତରଫରୁ ଆର୍ମୀ ଚୟନ ନିର୍ଦେଶକ କର୍ନେଲ ଶ୍ରୀ ଏମ ଏମ ମୟଙ୍କ ସରକାରୀ ଆଇଟିଆଇ ର ସମସ୍ତ ପ୍ରଶିକ୍ଷାର୍ଥୀ ଙ୍କୁ ଭାରତୀୟ ସେନା ଓ ଅଗ୍ନିବୀର ର ଚୟନ ପ୍ରକ୍ରିୟା,ସୁଯୋଗ ସମ୍ବନ୍ଧିତ ବିଭିନ୍ନ ଜ୍ଞାନ ଓ ଉପଦେଶ ପ୍ରଦାନ କରିଥିଲେ ଏବଂ
ଆଇଟିଆଇ ପ୍ରଶିକ୍ଷାର୍ଥୀ ଙ୍କ ଯୋଗ୍ୟତା ,ଜ୍ଞାନ ଓ ଦକ୍ଷତା ର ଉପଯୋଗ ଭାରତୀୟ ସେନା କୁ ଅଧିକ ସୁଦୃଢ କରିବାରେ ନିଶ୍ଚିତ ସହାୟକ ହେବ ବୋଲି ସୂଚାଇ ଥିଲେ। ସଠିକ୍ ଜ୍ଞାନ ର ସଦୁପଯୋଗ ସହିତ ଦେଶ ମାତୃକା ର ସେବା ପାଇଁ ଅଗ୍ନିବୀର ରେ ଯୋଗ ଦେବାପାଇଁ ପୁରୀ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା ନିଜର ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ. ଶ୍ରୀ ଅରବିନ୍ଦ ଘୋଷ ଉପସ୍ଥିତ ଅତିଥି ଓ ପ୍ରଶିକ୍ଷାର୍ଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।