
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଦି ମିରର ଅନୁଷ୍ଠାନ ତରଫରୁ ପୁରୀ ଜିଲ୍ଲାର ବାଙ୍ଗର ଠାରେ ଥିବା ଜିଲ୍ଲା କାରାଗାର ପରିସରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନ୍ତେବାସୀମାନଙ୍କ ନିମନ୍ତେ କଳିଙ୍ଗ କଳା ନିକେତନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ କାରାଗାରର ଅଧିକ୍ଷକ ସଞ୍ଜୟ ବର୍ମା ଯୋଗ ଦେଇ କହିଲେ ଭଲ ମଣିଷ ହବା l ମଣିଷ ମାତ୍ରେ ଭୁଲ ଠିକ ଅଛି କିନ୍ତୁ ଏମିତି କିଛି କାଯ୍ୟ କରନି ଯେ ନିଜ ଓ ନିଜ ପରିବାରଙ୍କର ସଂମ୍ମାନ ହରାଇବାକୁ ପଡିବ l ଏଠୁ ଯାଇ ନିଜ ଅଞ୍ଚଳ ରେ କିଛି ଭଲ କାମ କର ଏବଂ ନିଜ ପରିବାର କଥା ବୁଝ l ନିଜ ନିଜ ଭିତରେ ଭଲ ଭାଇଚାରା ସୁଷ୍ଟି କର l ଅନ୍ୟମାନଙ୍କ ମଧ୍ୟରେ କାରାଗାର ର କାରାପାଳ ଅକ୍ଷୟ କୁମାର ଜେନା,କାରାମଙ୍ଗଳ ଅଧିକାରୀ ମାନସ ରଞ୍ଜନ ପୁଷ୍ପାଳକ, ସହକାରାପାଳ ମନୋଜ କୁମାର ସୁତାର ଓ ଶାରଦା ପ୍ରସନ୍ନ ରାଉତ ମୁଖ୍ୟ କାରାରକ୍ଷୀ ବିଜୟ କୁମାର ଦାସ ଉପସ୍ଥିତ ଥିଲେ l ଦି ମିରର ଅନୁଷ୍ଠାନ ର ସଭାପତି ସଞ୍ଜୟ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ଅନ୍ତେବାସୀ ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା ଓ ବିଜେୟତା ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l କଳିଙ୍ଗ କଳା ନିକେତନ ର କୁନି କୁନି କଳାକାରଙ୍କୁ ପ୍ରଶଂସା ପତ୍ର ଓ ଟ୍ରପି ଅତିଥି ମାନେ ବିତରଣ କରିଥିଲେ l ଅନୁଷ୍ଠାନ ର ଡାନ୍ସ ଶିକ୍ଷକ ଜଗନ ରେଡି, ସୁଭାଷିନୀ ମହାପାତ୍ର, ଲିପ୍ସିତା, ରୋଜାଲିନି ସହଯୋଗ କରିଥିଲେ l