ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍’ ର ଶୁଭାରମ୍ଭ କରିବେ । ସାରା ଦେଶର ରାଜଭବନ ମାନଙ୍କରେ ଆୟୋଜିତ କର୍ମଶାଳାରେ ଭାରତ ଓ ରିପବ୍ଲିକ ଅଫ୍ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆଜି ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରିଆ ରାଷ୍ଟ୍ରପତି ଶ୍ରୀ ୟୋନ୍ ସୁକ୍ ୟୋଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରସ୍ପରିକ ସମ୍ମାନ, ସହଭାଗୀ ମୂଲୋବୋଧ ଏବଂ ଆଗେଇ ଚାଲିଥିବା ସହଭାଗିତାର ଯାତ୍ରାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆମେ ଆଜି ଭାରତ ଏବଂ ରିପବ୍ଲିକ ଅଫ୍ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ଅବସରକୁ ପାଳନ କରୁଛୁ । ଏହା ପାରସ୍ପରିକ ସମ୍ମାନ, ସହଭାଗୀ ମୂଲ୍ୟବୋଧ ଏବଂ ଆଗେଇ ଚାଲିଥିବା ସହଭାଗିତାର ଯାତ୍ରା । ମୁଁ କୋରିଆ ରିପବ୍ଲିକ୍ର ରାଷ୍ଟ୍ରପତି ଶ୍ରୀ ୟୋନ୍ ସୁକ୍ ୟୋଲଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଆମ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀକୁ ଗଭୀର ତଥା ବିସ୍ତାର କରିବା ପାଇଁ ତାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛି ।’