ନୂଆଦିଲ୍ଲୀ– ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ତାଙ୍କ ରାଜ୍ୟକୁ ଆସିବାକୁ ଏବଂ ବିଭିନ୍ନ ପରିଯୋଜନାର ଉଦଘାଟନ କରିବାକୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଭୟ ନେତାଙ୍କ ଭେଟିବାର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ସୂଚନା ଦେଇଛି ।
ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଜର ଫଟୋ ସେୟାର କରି କହିଛନ୍ତି ଯେ, ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସାମ ଆସି ଅନେକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିବାକୁ ନିମନ୍ତ୍ରଣ ଦେଇଛି ।