କୋଲକାତା– ପଶ୍ଚିମବଙ୍ଗରେ ବିଜେପିର ଜନସଭାକୁ ନେଇ ବାରମ୍ବାର ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି । ଏନେଇ ହାଇକୋର୍ଟଙ୍କ ଉଦବେଗ ପରେ ବି ସୁଧୁରୁନି ପ୍ରଶାସନ ।
ଆଗାମୀ ଡିସେମ୍ବର 24ରେ ଗୀତା ଜୟନ୍ତୀ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ଅତିକମରେ ଲକ୍ଷେ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଠିକ୍ ସେହିଦିନ ସେହି ସ୍ଥାନରେ ରାଜ୍ୟ ସରକାର ଶିକ୍ଷକ ପାତ୍ରତା ପରୀକ୍ଷା ଘୋଷଣା କରିଛନ୍ତି । ଯାହାକୁ ନେଇ ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଦଳ ପକ୍ଷରୁ ପରୀକ୍ଷା ତାରିଖ ବଦଳାଇବାକୁ ଦାବି ହୋଇଛି । କୋର୍ଟ ଏହି ମାମଲାକୁ ସ୍ୱୀକାର କରିବା ସହ କହିଛନ୍ତି ଯେ, ପରୀକ୍ଷା ତାରିଖରେ ପରିବର୍ତ୍ତନ ସମ୍ଭବ ନୁହେଁ ।