ଲକ୍ଷ୍ନୌ– ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା । 2024 ଜାନୁୟାରୀ 22ରେ 5ଶହ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ମର୍ଯ୍ୟାଦା ପୁରୁଷୋତ୍ତମ ନିଜ ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ନଭ୍ୟ ଅଯୋଧ୍ୟାରେ ନିର୍ମାଣ ଚାଲିଛି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ଏଠାରେ ପୂରା ବିଶ୍ୱକୁ ପାରମ୍ପରିକ, ସାଂସ୍କୃତିକ ଧରୋହରରୁ ନେଇ ଆଧୁନିକତାର ଝଲକ ଦେଖିବାକୁ ମିଳିବ । ଏଥିପାଇଁ ଯୋଗୀ ସରକାର କେବଳ ଦେଶ ନୁହେଁ, ବିଦେଶରୁ କଳାକାରଙ୍କୁ ନିମନ୍ତ୍ରଣ କରିଛନ୍ତି । ଯେଉଁମାନେ କି ନିଜର ମୂର୍ତ୍ତିକଳା ଓ ଚିତ୍ରକଳାରେ ପ୍ରଭୁ ଶ୍ରୀରାମଙ୍କ ଜୀବନୀ ଆଙ୍କିବେ । ଏହାସହିତ ଲୋକଙ୍କ ମନ ଓ ହୃଦୟରେ ଏହି ଭବ୍ୟ ସମାରୋହର ଛାପ ଛାଡିବେ ।