ଲକ୍ଷ୍ନୌ– ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁଚ୍ଛେଦ 370 ଓ 35ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଯୋଗୀ କହିଛନ୍ତି ଯେ, ଏହା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଦୃଢତା ପ୍ରଦାନ କରିବ ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ରାଜ୍ୟର 25 କୋଟି ଲୋକଙ୍କ ତରଫରୁ ଦେଶ ପ୍ରଥମ ଭାବନା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରକୁ ଦେଶର ମୁଖ୍ୟ ସ୍ରୋତ ସହିତ ଯୋଡିବାର ଐତିହାସିକ କାର୍ଯ୍ୟ ପାଇଁ ଆମେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶେଷ କୃତଜ୍ଞତା ଜଣାଉଛୁ। ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳ ଭଲ ଶାସନ, ବିକାଶ ଏବଂ ସମୃଦ୍ଧିର ନୂତନ ମାନଦଣ୍ଡ ସ୍ଥିର କରିବ । ଜୟ ହିନ୍ଦ!