ନୂଆଦିଲ୍ଲୀ– ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରିଣ ଜାମିନକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ଡିସେମ୍ବର 14ରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ ।
ଏହାପୂର୍ବରୁ ଡିସେମ୍ବର 4ରେ କୋର୍ଟ କହିଥିଲେ, ଆମେ ଦେଖିବା ଅନ୍ତରିଣ ଜାମିନକୁ ବୃଦ୍ଧି କରାଯାଇପାରିବ କି ନାହିଁ । ଅକ୍ଟୋବର 19ରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ଜେଲରେ ମଧ୍ୟ ତାଙ୍କ ଚିକିତ୍ସା କରାଯାଇପାରିବ, ତେଣୁ ତାଙ୍କ ଜାମିନକୁ ରଦ୍ଦ କରାଯାଉ ।